କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିବା ଦେଖାଯାଇଛି। ଏହାକୁ ଦେଖି ତାମିଲନାଡୁ ପୋଲିସ ଏକ ଅଭିନବ ଉପାୟ ଚିନ୍ତା କରିଛି। ଏବେ ସେଠାକାର କେତେଜଣ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ତିଆରି କରି ନିଜେ ପିନ୍ଧିବା ସହ ଏହାକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଇନ୍ସପେକ୍ଟର ରାଜେଶ ବାବୁ କୁହନ୍ତି, ଆମେ ଲୋକମାନଙ୍କୁ ଘରେ ରହିବାକୁ କହୁଛୁ। ହେଲେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନତାର ଅଭାବ ଥିବାରୁ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କହିଛି। ଏହି ହେଲମେଟ୍‌କୁ ସ୍ଥାନୀୟ ଜଣେ ଶିଳ୍ପୀ ଗୌତମ ତିଆରି କରିଥିବା କୁହାଯାଏ।


All Right Reserved By Dharitri.Com

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା...

ଲକ୍‌ଡାଉନ୍‌ ଉଠିଲେ ତାରକା ଆଥ୍‌ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ

ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍‌ଡାଉନ୍‌ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍‌ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ...

ଆଜମ ଖାନ୍‌ଙ୍କୁ ଲୋକ ସଭାରେ ରହିବାର ଅଧିକାର ନାହିଁ:ରମା ଦେବୀ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବାଚସ୍ପତି ଓମ ବିର୍ଲାଙ୍କ ଅନୁପସ୍ଥିତିରେ ଭାଜପା...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା...

ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ

ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ...

ଇଦ୍‌ ପାଇଁ ପ୍ରସ୍ତୁତ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ...

ଦୁର୍ଘଟଣାର ଶିକାର ହେଲା ରିଲିଫ୍‌ ହେଲିକପ୍ଟର

ଡେରାଡୁନ,୨୩।୮: ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ଭୟଙ୍କର ସ୍ଥିତିରେ ଥିବା ବେଳେ ଏଠାରେ ଉଭୟ ସ୍ଥଳପଥ ଓ ଆକାଶ ପଥରେ ବନ୍ୟା ପୀଡିତଙ୍କୁ ରିଲିଫ୍‌ ଯୋଗାଇ ଦିଆଯାଉଛି।...

Leave a comment

Your email address will not be published. Required fields are marked *