ଫେଲ୍‌ ମାରିବ ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌: ନୀତୀଶ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଫେଲ୍‌ ମାରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍‌ଡାଉନ୍‌। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏବେ ଶ୍ରମିକମାନେ ବିଭିନ୍ନ ରାଜ୍ୟରୁ ଘରମୁହାଁ ହୋଇଛନ୍ତି। ବିଶେଷ କରି ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଥିବା ଶ୍ରମିକମାନେ ଯେ କୌଣସି ଉପାୟରେ ଘରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଏହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଶ୍ରମିକମାନଙ୍କୁ ଘରେ ପହଞ୍ଚାଇବା ପାଇଁ ବସ୍‌ର ବ୍ୟବସ୍ଥା କରିଛନ୍ତି। ଏହାକୁ ଦେଖିବା ପରେ ନୀତୀଶ କହିଛନ୍ତି ଯଦି ବସ୍‌ ମାଧ୍ୟମରେ ଲୋକଙ୍କୁ ପରିବାହନ କରାଯାଏ ତେବେ ମୋଦିଙ୍କ ଲକ୍‌ଡାଉନ୍‌ ଫେଲ୍‌ ମାରିବା ସହ ଏହା କରୋନା ସଂକ୍ରମଣକୁ ବୃଦ୍ଧି କରିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଶ୍ରମିକମାନେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ରୁହନ୍ତୁ ଓ ସେଠାକାର ସରକାର ସେମାନଙ୍କର ସମସ୍ତ ଦାୟିତ୍ୱ ନିଅନ୍ତୁ ବୋଲି ନୀତୀଶ କହିଛନ୍ତି।


All Right Reserved By Dharitri.Com

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଲା; ୭ ସୁସ୍ଥ, ଜଣେ ମୃତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ଶନିବାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା...

ଡାହାଣୀ ସନ୍ଦେହ: ମା’ ଓ ନାବାଳିକା କନ୍ୟାଙ୍କୁ ଗଳାକାଟି ହତ୍ୟା କଲେ ଗ୍ରାମବାସୀ; ବାପା-ନାବାଳକ ପୁଅ ବହୁ କଷ୍ଟରେ ବର୍ତ୍ତିଲେ

ଜାମସେଦ୍‌ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ...

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା...

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ...

ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ, ଉଲ୍ଲଂଘନ କଲେ ଦୋକାନ ସିଲ୍‌

ଯାଜପୁର ଅଫିସ,୬ା୪: ଘାତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯାଜପୁର ଜିଲାରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ସଫଳ ହୋଇଛି। ଲୋକମାନେ ଏହାକୁ ସମର୍ଥନ...

Leave a comment

Your email address will not be published. Required fields are marked *