ପରଲୋକରେ ବ୍ରହ୍ମାକୁମାରୀର ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡାର ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମାଉଣ୍ଟଆବୁସ୍ଥିତ ଗ୍ଲୋବାଲ୍‌ ହସ୍ପିଟାଲରେ ଗୁରୁବାର ରାତି ୨ଟାରେ ତାଙ୍କର ପରଲୋକ ଘଟିଛି। ଗତ ଦୁଇମାସ ହେଲା ସେ ନିଃଶ୍ୱାସ ଏବଂ ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଶାନ୍ତିବନ ପରିସରରେ ସମ୍ପନ୍ନ ହୋଇଛି। ୧୯୧୬ରେ ହାଇଦ୍ରାବାଦ୍‌ ସିନ୍ଧ (ବର୍ତ୍ତମାନ ପାକିସ୍ତାନ)ଠାରେ ଦାଦୀ ଜାନକୀ ଜୀ ଜନ୍ମଗ୍ରହଣ କରିଥିଲେ। ୨୧ ବର୍ଷ ବୟସରେ ବ୍ରହ୍ମାକୁମାରୀ ଆଧ୍ୟାତ୍ମିକ ପଥରେ ନିଜକୁ ସମର୍ପିତ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଦାଦୀ ଜାନକୀ ଜୀ ବିଶ୍ୱର ୧୪୦ ଦେଶରେ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲେ। ହଜାର ହଜାର ସେବାକେନ୍ଦ୍ରର ସ୍ଥାପନା କରାଇ ଲକ୍ଷ ଲକ୍ଷ ଲୋକଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇଥିଲେ। ମନ ଏବଂ ଆତ୍ମାର ସ୍ବଚ୍ଛତା ସହିତ ପରିବେଶ ସ୍ବଚ୍ଛତା ଲାଗି କାର୍ଯ୍ୟ କରିଥିବା ଦାଦୀଙ୍କୁ ଭାରତ ସରକାର ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ନିଯୁକ୍ତ କରିଥିଲେ।


All Right Reserved By Dharitri.Com

ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨: ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ...

କ୍ରୀଡ଼ାକୁ ପ୍ରୋତ୍ସାହନ:ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍ପୋର୍ଟସ ସମିଟ୍‌ରେ ଏଥିପାଇଁ ରାଜ୍ୟକୁ ପୁରସ୍କୃତ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ...

ବସ୍ତିରୁ ବ୍ୟାପିଥିଲା ମୁମ୍ବାଇ ପୋଲିସକୁ ସଂକ୍ରମଣ

ଭୁବନେଶ୍ୱର,୧୨ା୫ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣାକୁ ପାଳନ କରିବା ସହ କରୋନା ସଂକ୍ରମଣ ରୋକିବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହେଲେ ଏବେ ଦିନରାତି ଜଗିରହୁଥିବା...

ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ।...

‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର...

ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

ବରଗଡ଼ ଅଫିସ/ସୋହେଲା,୧୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଶନିବାର ସକାଳେ ପରଲୋକ ଘଟିଛି। ସେ ସକାଳୁ ଗୁରୁତର...

Leave a comment

Your email address will not be published. Required fields are marked *