‘ଅବହେଳିତଙ୍କୁ ମାଗଣା ଖାଦ୍ୟ ଦିଅ’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଏହାକୁ ରୋକିବା ଲାଗି ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ରହୁଥିବା ଲୋକମାନଙ୍କୁ ରନ୍ଧା, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ ଯୋଗାଇଦେବା ଲାଗି ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସହରାଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି, ଅବହେଳିତ, ଯାଯାବର ଏବଂ ଭୋକିଲା ଲୋକମାନେ ଖାଦ୍ୟାଭାବ ନେଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସେମାନଙ୍କୁ ମାଗଣାରେ ଦିନ ରାତି ରନ୍ଧା ଖାଦ୍ୟ, ଶୁଖିଲା କିମ୍ବା ପ୍ୟାକେଟ ଖାଦ୍ୟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ରେଡକ୍ରସ ପାଣ୍ଠିରୁ କରିବାକୁ କୁହାଯାଇଛି।


All Right Reserved By Dharitri.Com

ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ମିଳିଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ସମଗ୍ର ବିଶ୍ୱରେ ମାନବିକ ଅଧିକାରର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଆଜି ପୁରୁଷମାନଙ୍କ ଭଳି ମହିଳାଙ୍କୁ ମଧ୍ୟ ସମାନ ଅଧିକାର ମିଳିପାରିଛି। ମାନବିକ ଅଧିକାର...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ

ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ...

ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି...

କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ...

ଆଜିଠୁ ଲକ୍‌ଡାଉନ୍‌ ୩

ନୂଆଦିଲ୍ଲୀ,୪ା୫(ପି.ଟି.): ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୋମବାର ଆରମ୍ଭ ହେଉଛି। ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ତାଲାବନ୍ଦ ବେଳେ କଟକଣାରେ ପର୍ଯ୍ୟାପ୍ତ...

ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି...

ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ...

Leave a comment

Your email address will not be published. Required fields are marked *