ତାମିଲନାଡ଼ୁରେ ଫସିଛନ୍ତି ଶତାଧିକ ଶ୍ରମିକ

ଭଞ୍ଜନଗର,୨୭ା୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମର ବହୁ ଯୁବକ ତାମିଲନାଡ଼ୁରେ ଫସି ରହିଛନ୍ତି। ପ୍ରାୟ ୨ଶହ ଯୁବକ ସେଠାକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଗୋକାଉଣ୍ଡମପଲୟମ ସହରରେ ଫସି ରହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ସେମାନେ ଖାଇବା ପିଇବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗୋଟିଏ ସ୍ଥାନରେ ଏକାଧିକ ଶ୍ରମିକ ରହୁଥିବାରୁ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କରୋନା ସଂକ୍ରମଣ ଆଶଙ୍କା ନେଇ ସେଠାର ଲୋକେ ତୁରନ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଚାପ ପକାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ଆଣିବା ନଚେତ ସେଠାରେ ଖାଦ୍ୟପେୟ ଓ ରହିବାର ବ୍ୟବସ୍ଥା କରିବାକୁ ଶ୍ରମିକମାନେ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ବୁଡ଼ି ଯାଉଛି ପୁରୁଣା ବୃତ୍ତି

ବନ୍ତ,୨୩।୫(ଡି.ଏନ୍‌.ଏ.) – ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିଲେ ବି ଅନେକ ଗ୍ରାମୀଣ କଳାକାର ପୁରୁଣା ବୃତ୍ତିକୁ ନେଇ ଜିଇବା ଲାଗି ସଂଘର୍ଷ ଜାରି...

କିରୋସିନରେ ଲୋକଙ୍କୁ ଠକେଇ

ବଡଗାଁ, ୨୭।୪ (ଡି.ଏନ.ଏ.): କରୋନା ମହାମାରି ଯୋଗୁ କାମ ହରାଇ ଶ୍ରମିକ, ଦିନ ମଜୁରିଆମାନେ ହାତବାନ୍ଧି ଘରେ ବସିଛନ୍ତି । ଏମାନଙ୍କ ପରିବାର ପ୍ରତିପୋଷଣ ପାଇଁ...

ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ

ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା...

ପୋଖରୀରେ ପଶିଲା ଗାଡ଼ି: ୪ ବର୍ତ୍ତିଲେ

ଉଦଳା,୨୨ା୨(ଡ଼ି.ଏନ୍‌.ଏ.)- ଉଦଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଚାରି ଚକିଆ ଗାଡ଼ି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଗୋଟିଏ ପରିବାରର...

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ ବିଏମ୍‌ସି

ଭୁବନେଶ୍ୱର, ୧୧ା୫(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ପାଦେ ଆଗେଇଛି। ଚଳିତ ମାସ ଏବଂ ଜୁନ୍‌ ପ୍ରଥମ...

ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *