ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ ପିଆଜ ସଂରକ୍ଷଣ କେନ୍ଦ୍ର। ହେଲେ କେନ୍ଦ୍ର ନିର୍ମାଣ ଶେଷ ହେବାର ୧୯ ବର୍ଷ ପରେ ବି ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଫଳରେ ସଂରକ୍ଷଣ କେନ୍ଦ୍ର ନିର୍ମାଣ ଲକ୍ଷ୍ୟପଥରୁ ଦୂରେଇ ଯାଇଥିବାବେଳେ ପିଆଜ ଚାଷ ବହୁଳ ଅଞ୍ଚଳ ଜରପଡା ଚାଷୀଙ୍କ ଦୁଃଖ ବଢିଛି। ନିର୍ବାଚିତ ଜନ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଅହେତୁକ ଅବହେଳା ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ରାଜ୍ୟ ମାର୍କେଟିଂ ବୋର୍ଡ ଆର୍ଥିକ ଅନୁଦାନ କ୍ରମେ ତଥା ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ତତ୍ତ୍ୱାବଧାନରେ ୧୯୯୮ରେ ଏହି ପିଆଜ ସଂରକ୍ଷଣ କେନ୍ଦ୍ରର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୦୦ ମସିହାରେ କେନ୍ଦ୍ରର ନିର୍ମାଣ କାମ ଶେଷ ହୋଇଥିଲା। ପ୍ରାୟ ଶହେ ଟନ୍‌ ପିଆଜ ସଂରକ୍ଷଣର କ୍ଷମତା ରଖିଥିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ମୁକୁଳାଇବା ସହ ସେମାନଙ୍କୁ ଉଚିତ୍‌ ମୂଲ୍ୟ ପ୍ରଦାନ କରିବା। ହେଲେ ଆଶ୍ଚର୍ଯ୍ୟର ବିଷୟ ଦୀର୍ଘ ୧୯ ବର୍ଷ ପରେ ବି ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଜରପଡା ଥାନା ଅଞ୍ଚଳରେ ଅଧିକାଂଶ ଚାଷୀ ପିଆଜ ଚାଷ କରୁଥିବାରୁ ଏଠାରେ ଏହି କେନ୍ଦ୍ର ନିର୍ମାଣ ବେଶ୍‌ ଗୁରୁତ୍ୱ ବହନ କରେ। ବହୁ ସଂଖ୍ୟାରେ ଚାଷୀ ଉନ୍ନତମାନର ପିଆଜ ଚାଷ କରୁଥିଲେ ହେଁ ସେମାନଙ୍କ ଉତ୍ପାଦନର ମୂଲ୍ୟ ପାଇପାରୁନାହାନ୍ତି। ସରକାରୀ ଖର୍ଚ୍ଚ ଅଯଥାରେ ପାଣିରେ ପଡିଥିବା ବେଳେ ଏହା ଚାଷୀଙ୍କ କାମରେ ଲାଗୁ ନ ଥିବା ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଆଜ ଅମଳ ସମୟରେ କମ୍‌ ଟଙ୍କାରେ ଫସଲ ବିକ୍ରି କରି ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ୟପକ୍ଷରେ ନିଅଣ୍ଟିଆ ସମୟରେ ଖୋଦ୍‌ ଚାଷୀ ଅଧିକ ଦରରେ ପିଆଜ କିଣୁଛନ୍ତି। ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ପରିସ୍ଥିତି ଉପୁଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ଏ ସମ୍ପର୍କରେ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ କୁହନ୍ତି, ପିଆଜ ସଂରକ୍ଷଣ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ଏହାସହ ପିପିପି ମୋଡରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By

ନୁନୁକାପଶିରେ ଲୋ ଭୋଲଟେଜ୍‌ ସମସ୍ୟା: ସମାଧାନ ନ ହେଲେ ଆନ୍ଦୋଳନ

ବଇଣ୍ଡା,୬।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ଗ୍ରାମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ପୁରୁଣା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା...

ଫନୀ ବିପନ୍ନଙ୍କୁ ସହାୟତା: ଶିକ୍ଷକ ସଂଘ ଦେଲା ୮୨,୨୦୦ ଟଙ୍କା

ଭୁବନ, ୧।୬(ଡି.ଏନ.ଏ.): ଭୁବନ ଶିକ୍ଷକ ସଂଘ ପକ୍ଷରୁ ‘ଫନୀ’ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍‌ ଜିଲାପାଳଙ୍କ ଜରିଆରେ...

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୧।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ବନ୍ତଳା, ୭ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଦୀର୍ଘ ୧୫ ଦିନ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ରହିଛି।...

ତାଳଚେରରେ ବ୍ରଜକିଶୋର ୧୨୫୮୦ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୨୫୮୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ...

ବିଦ୍ୟୁତ ବିଭ୍ରାଟ ନେଇ ବଅଁରପାଳରେ ଉତ୍ତେଜନା ଘଟଣା:୨ କର୍ମଚାରୀ ଅଟକ ପରେ ନୂଆହତା-ମହିଧରପୁର ରାସ୍ତାରୋକୋ

ବଅଁରପାଳ,୨୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବଉଳିଗଡ଼ ସଞ୍ଜପଡ଼ା ସମେତ ଆଖପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ନେଇ ରବିବାର ସ୍ଥାନୀୟ ଲୋକେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *