କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶଂସା କରିଛନ୍ତି। କରୋନା ମୁକାବିଲା ପାଇଁ ଗଣମାଧ୍ୟମ ନିରନ୍ତର ସାହାଯ୍ୟ କରୁଛନ୍ତି। ଅତ୍ୟନ୍ତ ଦାୟିତ୍ୱସମ୍ପନ୍ନ ଭାବେ ନିଜକୁ ପରିଚାଳିତ କରୁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ସମସ୍ତ ପ୍ରତିନିଧିମାନଙ୍କୁ ତାଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


All Right Reserved By Dharitri.Com

ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ...

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ଗୁରୁତର

କୋରେଇ,୨୬।୯(ସ୍ବ.ପ୍ର.):  କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଭାରସାମ୍ୟ...

ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି

ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି...

ଶିଶିର ସରସ-୨୦୨୦: ଜାନୁୟାରୀ ୪ରୁ ଆରମ୍ଭ, ୧୧ ଦିନ ଚାଲିବ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଜାତୀୟସ୍ତରୀୟ ମେଳା ‘ଶିଶିର ସରସ’। ଏହି ମେଳା ଜାନୁୟାରୀ ୪ରୁ ୧୪ ତାରିଖ ଯାଏ ଭୁବନେଶ୍ୱର...

ବାହାରେ ପଡ଼ିବନି ପାଇଖାନା ମଇଳା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ପରିମଳ ପରିଚାଳନାକୁ ଦୀର୍ଘସ୍ଥାୟୀ କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।...

ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ...

ଆସନ୍ତା ବର୍ଷ ୭ ଜିଲାରେ କଦଳୀଚାଷୀଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ: ମନ୍ତ୍ରୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଫଳ, ଅଣ୍ଡା, ମାଂସ, କଦଳୀ ସବୁ ଆନ୍ଧ୍ରରୁ ଆସୁଛି। ୨୦ ଲକ୍ଷ ମେଟ୍ରିକ ଟନ୍‌ କଦଳୀର ଚାହିଦା ଥିବା ବେଳେ ୧୫ ଲକ୍ଷ ଆନ୍ଧ୍ରରୁ...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

Leave a comment

Your email address will not be published. Required fields are marked *