ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଣୀ ପଣ୍ଡାଙ୍କ ୫୦ ହଜାର ଟଙ୍କା ଦାନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଓଡ଼ିଶାରେ ତୃତୀୟ ପଜିଟିଭ ରୋଗୀ ଚିହ୍ନଟ ପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଏବଂ ରାଜ୍ୟବାସୀ ସଂଘର୍ଷ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଂସ୍ଥା ଏବଂ ଲୋକଙ୍କୁ ଅର୍ଥ ଦାନ କରିବାକୁ କୁହାଯାଇଛି। ଏହାପରେ ବିଭିନ୍ନ ସଂସ୍ଥା, କମ୍ପାନୀ, ଅଭିନେତା, ନେତା ଓ ମନ୍ତ୍ରୀମାନଙ୍କ ପକ୍ଷରୁ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ଷେତ୍ରରେ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଶୁକ୍ରବାର ୫୦ ହଜାର ଟଙ୍କା ଦାନ କରିଛନ୍ତି। ଏ ନେଇ ରାନୀ ପଣ୍ଡା ଏକ ଭିଡିଓ ରେକର୍ଡ କରି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ କରୋନା ବିରୋଧରେ ଆମେ ଲଢ଼ିବା। ସରକାରଙ୍କ ଲକଡାଉନ ନିୟମ ମାନି ଘରେ ରହି ଏହି ମହାମାରୀ ସହ ସଂଘର୍ଷ କରିବା। ସବୁବେଳେ ସାବୁନରେ ହାତ ଧୋଇବା। ବାହାରକୁ ଯାଉଥିଲେ ସାମାଜିକ ଦୂରତ୍ୱ ବଜାୟ ରଖିବା। ସରକାରଙ୍କ ରିଲିଫ ପାଣ୍ଠିକୁ କିଛିକିଛି ଅର୍ଥ ଦାନ କରି ଗରିବ, ଅସହାୟ ପେଟକୁ ଦାନା ଦେବାରେ ସାମିଲ ହେବା। ଏହାସହ ରାଣୀ ଅନ୍ୟମାନଙ୍କୁ ମଧ୍ୟ ଅର୍ଥ ଦାନ କରିବାକୁ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ...

ସୁନ୍ଦରପଦା, ଯଦୁପୁରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୧୩ା୪(ବ୍ୟୁରୋ): ଭୁବନେଶ୍ୱରର ଦୁଇଟି ଅଞ୍ଚଳ ସୁନ୍ଦପରଦା ଓ ଯଦୁପୁର-ବେଗୁନିଆରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବା ଆବଦ୍ଧାଞ୍ଚଳ କଟକଣା ହଟଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ଙ୍କ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

କରୋନା ଭୟରେ ପୋଷା ଜନ୍ତୁଙ୍କୁ ପରିତ୍ୟାଗ ନ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ଭୟରେ ରାଜ୍ୟରେ କିଛି ଲୋକ ନିଜ ପୋଷା ତଥା ଗୃହପାଳିତ ଜୀବଜନ୍ତୁଙ୍କୁ ଘରୁ ବାହାର କରିଦେଉଛନ୍ତି। ଏହି ନିରୀହ...

ଛଟ୍‌ ପୂଜା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩୦-୧୦(ବ୍ୟୁରୋ):ଛଟ୍‌ ପୂଜାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ହଟିୟା, ପାଟନା ଓ ଭାଗଲପୁରକୁ ସ୍ବତନ୍ତ୍ର ଭାବେ ଏହି ଟ୍ରେନ...

ଏପ୍ରିଲ ଶେଷସୁଦ୍ଧା ଦୈନିକ ୩ହଜାର ନମୁନା ପରୀକ୍ଷା ଲକ୍ଷ୍ୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩ ହଜାର କରୋନା ନମୁନା ପରୀକ୍ଷା କରାଯିବ। ଏଥିପାଇଁ ବଲାଙ୍ଗୀର, ବାଲେଶ୍ୱର, ବାରିପଦା ଓ କୋରାପୁଟଠାରେ ଥିବା...

ରାଜଧାନୀରେ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗ୍ରାମ ପାର୍ଶ୍ୱରେ ଥିବା କୁଆଖାଇ ନଦୀପଠାରେ ମଙ୍ଗଳବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ।...

ବିଦ୍ୟୁତ୍‌ ବକେୟା ପୈଠ ନ କଲେ ଜାନୁୟାରୀ ୧୫ରୁ ଲାଇନ୍‌ ବନ୍ଦ: ସେସୁ ସିଇଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ଭଲ ନାହିଁ। ଲୋକଙ୍କୁ ଗୁଣାତ୍ମକ ମାନଯୁକ୍ତ ବିଦ୍ୟୁତ୍‌ ଦେବାକୁ ହେଲେ ଆମକୁ ଅର୍ଥ ଦରକାର। ଏହାକୁ ନେଇ...

Leave a comment

Your email address will not be published. Required fields are marked *