କୋଭିଡି-୧୯: ଆରୋଗ୍ୟ ଲାଭ କଲେ କଲମ୍ବିଆ ସାଇକ୍ଳିଷ୍ଟ

ବୋଗୋଟା,୨୭।୩ (ଏଏଫପି):  ସାରା ବିଶ୍ୱରେ କାରୋନା ଭାଇରସର ଆତଙ୍କ ଜାରି ରହିଥିବାବେଳେ କଲମ୍ପିଆର ଜଣେ ସାଇକ୍ଲିଷ୍ଟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ୨୫ ବର୍ଷୀୟ ଫର୍ଣ୍ଣାଣ୍ଡୋ ଗାଭିରିଆ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି। ୟୁନାଇଟେ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ଦଳର ସଦସ୍ୟ ଥିଲେ ଗାଭିରିଆ। ଏହି ଗସ୍ତ ଗତ ଫେବୃୟାରୀ ୨୭ ତାରିଖରେ ବାତିଲ କରାଯାଇଥିଲା। ତେବେ ଏହାପୂର୍ବରୁ ଗାଭିରିଆଙ୍କ ସମେତ ଦଳର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ।
ଟେଷ୍ଟରେ ମୋର ନେଗେଟିଭ ଫଳାଫଳ ଆସିଥିଲା ଓ ଡାକ୍ତର ମୋତେ ହସ୍‌ପିଟଲରୁ ଡିସ୍‌ଚାର୍ଜ କରିଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଗାଭିରିଆ ଉଲ୍ଲେଖ କରିଛନ୍ତି। ସଂକ୍ରମିତ ହେବା ପରେ ଗାଭିରିଆ ମାର୍ଚ୍ଚ ୧୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ୟୁଏଇରେ ହିଁ ରହିଥିଲେ ଓ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ମୁଁ ଘରକୁ ଫେରିବା ସହ ପରିବାର ଲୋକଙ୍କ ସହ ମିଶିବାର ସୁଯୋଗ ହାସଲ କରିବି ବୋଲି ସେ କହିଛନ୍ତି। ତେବେ କଲମ୍ବିଆ ଆଗାମୀ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ ହୋଇଛି। କଲମ୍ବିଆ ତାର ସୀମା ସିଲ କରିବା ସହ ବିଦେଶୀ ବିମାନକୁ ଦେଶରେ ପ୍ରବେଶ କରିବାକୁ ବାତିଲ କରିଛି। କଲମ୍ବିଆରେ ୫୦୦ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୬ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି।


All Right Reserved By Dharitri.Com

ଆଜିଠାରୁ ଫେରନ୍ତାଙ୍କ ପାଇଁ ‘ସଟଲ ବସ୍‌’ ସେବା

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଓଡ଼ିଶା ବାହାରୁ ଆସୁଥିବା ଲୋକଙ୍କ ପାଇଁ ‘ମୋ ବସ୍‌’ ପକ୍ଷରୁ ସ୍ବତନ୍ତ୍ର ‘ସଟଲ ବସ୍‌’ ସେବା ଗୁରୁବାରଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ...

ବୁମରାଙ୍କ ଫିଟ୍‌ନେସ ଟେଷ୍ଟ କରିବାକୁ ମନାକଲା ଏନ୍‌ସିଏ

ମୁମ୍ବାଇ,୨୦।୧୨- ବିସିସିଆଇର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ପେସର ଯଶପ୍ରୀତ ବୁମରାଙ୍କ ଫିଟ୍‌ନେସ ଟେଷ୍ଟ ନେବାକୁ ମନା କରି ଦେଇଛି। ବୁମରା ନିକଟରେ ଏନ୍‌ସିଏରେ ଟ୍ରେନିଂ...

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କଲେ ବିଡିଓ

ଶେରଗଡ଼,୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି।...

ଚାଇନାକୁ ଟପିଲା ଭାରତ

ନୂଆଦିଲ୍ଲୀ, ୧୬ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ନାକେଦମ୍‌ କରି ରଖିଥିବା ବେଳେ ଭାରତର ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସର୍ବାଧିକ...

ଭାରତର ଆଉ ଏକ ସୁପର ବିଜୟ

ଓ୍ବେଲିଂଟନ, ୧।୨(ପି.ଟି.)- ରୋମାଞ୍ଚକ ଢଙ୍ଗରେ ଭ୍ରମଣକାରୀ ଭାରତ ଆଉ ଏକ ସୁପର ଓଭର ବିଜୟ ହାସଲ କରିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ...

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ...

Mitchell Johnson becomes MCC Honourary Life Member

ଜନସନ ଏମ୍‌ସିସିର ଆଜୀବନ ସଦସ୍ୟ

ଲଣ୍ଡନ,୧୯।୮(ପିଟି): ପୂର୍ବତନ ଅଷ୍ଟ୍ରେଲିଆ ପେସର ମିଚେଲ ଜନସନ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ସମ୍ମାନଜନକ ଆଜୀବନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ...

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ...

Leave a comment

Your email address will not be published. Required fields are marked *