ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ୧୧ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି।  ତେବେ ଏହି ବିସ୍ଫୋରଣରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାମିଲର ପପୁଲାର ଅଭିନେତ୍ରୀ ରାଧିକା ଶରଥକୁମାର। ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ରାଧିକା ବିମାନରେ ଚେନ୍ନାଇ ଯିବା ପାଇଁ ହୋଟୋଲରୁ ବାହାରିଥିଲେ। ଏହି   ବିସ୍ଫୋରଣ ପରେ ସେ ଟୁଇଟ କର କହିଛନ୍ତି, ସିନାମନ୍‌ଗ୍ରାଣ୍ଡ ହୋଟେଲରୁ ବାହାରିବା ବେଳେ ଏହି ବିସ୍ପୋରଣର ସୂଚନା ମିଳିଥିଲା, ଏହି ଆକ୍ରମଣରେ ସେ ବହୁ ମର୍ମାହତ ହୋଇଛନ୍ତି। ଏଥିସହ ସେ କଲମ୍ବୋ ବାସିନ୍ଦାଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଅପରପକ୍ଷରେ ଏହି ମାମଲାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି କଲମ୍ବୋ ପୋଲିସ।


All Right Reserved By Dharitri.Com

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର...

୭୦ ବର୍ଷ ଧରି ଟ୍ରାଫିକ୍‌ ଜାମ୍‌

ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍‌ ଜାମ୍‌ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି...

୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା...

କରାଚୀ ଉପର ଦେଇ ଆକାଶ ମାର୍ଗକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୨୮।୮: ପାକିସ୍ତାନ କରାଚୀ ଉପରେ ଦେଇ ୩ଟି ଅନ୍ତର୍ଜାତୀୟ ଆକାଶ ମାର୍ଗରେ ବିମାନ ଉଡ଼ାଣ ବନ୍ଦ କରିଛି। ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ...

ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ...

ହାଫିଜ୍‌ ଦୋଷୀ ସାବ୍ୟସ୍ତ

ଲାହୋର,୧୨ା୧୨(ପି.ଟି.): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜେୟୁଡି ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ...

ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା

ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ...

ସିଦ୍ଧୁଙ୍କୁ ଖୋଜିଲେ ଇମ୍ରାନ୍‌: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୧୦।୧୧: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁର କରିଡର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିଲେ। ସେହି ସମୟର ଏକ...

Leave a comment

Your email address will not be published. Required fields are marked *