ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ଖେଳାଳି ଓ ସେଲିବ୍ରିଟି କରୋନାକୁ ହରାଇବା ପାଇଁ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏନେଇ ଅର୍ଜୁନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏଥିସହ ଟୁଇଟ କରି ସେ ଲେଖିଛନ୍ତି, କୋଭିଡ-୧୯ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ତେଣୁ ଏହି କଷ୍ଟକର ସମୟରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳର ଲୋକଙ୍କ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ମହାମାରୀକୁ ସମସ୍ତେ ମିଳିମିଶି ଲଢ଼ିବା ସହ ଖୁବ୍‌ଶୀଘ୍ର ଏହାକୁ ଶେଷ କରିବା ବୋଲି ଆଶା କରୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଅର୍ଜୁନ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ରଜନୀକାନ୍ତ, ପବନ କଲ୍ୟାଣ ଓ ରାମ ଚରଣ ସମେତ କେତେକ ସାଉଥ୍‌ ସୁପରଷ୍ଟାର ଆର୍ଥିକ ସହାୟତା ପାଇଁ ଘୋଷଣା କରିସାରିଛନ୍ତି।


All Right Reserved By Dharitri.Com

ଚନ୍ଦ୍ରଶେଖର ଆଜାଦ ଗଢିଲେ ନୂଆ ଦଳ

ଲକ୍ଷ୍ନୌ,୧୫।୩: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରବିବାର କାଶୀରାମଙ୍କ ଜୟନ୍ତୀ ଅବସରରେ ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କ ନୂଆ ଦଳର...

ଓଡ଼ିଶାରେ ପୁଣି ୧୧ : କରୋନା ସଂକ୍ରମିତ ସଂଖ୍ୟା ହେଲା ୨୦

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଯେଉଁ ଆଶଙ୍କା ଥିଲା ତାହା ବାସ୍ତବ ରୂପ ନେବାରେ ଲାଗିଛି। ଶୁକ୍ରବାର କଟକରେ ଜଣେ ଏବଂ ଭୁବନେଶ୍ୱର...

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୪।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ୍‌ଠାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଗ୍ରେନେଡ୍‌ ମାଡ଼ରେ ଜଣେ...

ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କଂଗ୍ରେସ ବିଧାୟକଙ୍କୁ ଲହୁଲୁହାଣ କଲେ ଯୁବକ

ବେଙ୍ଗାଲୁରୁ,୧୮।୧୧:କର୍ନାଟକର ଜଣେ ବିଧାୟକଙ୍କ ଉପରକୁ ଛୁରିରେ ଆକ୍ରମଣ ହୋଇଛି। ନରସିହ୍ମାରାଜାର ବିଧାୟକ ତନବୀର ସୈତ୍‌ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଏଭଳି ଆକ୍ରମଣ...

ଗତ୨୪ ଘଣ୍ଟାରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦେଶରେ ୫୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ପାଇଁ...

ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫: ବିଶ୍ୱରେ ମହାମାରୀ କରୋନା ସଂକ୍ରମିତ କରିଥିବାବେଳେ ଚଳିତବର୍ଷର ପୁଲିଜର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସୋମବାର ରାତିରେ ଅନ୍‌ଲାଇନ୍‌ରେ ଏହା ଘୋଷଣା କରାଯାଇଛି।...

ଭିଣ୍ଟେଜ କାର୍‌ ସହ ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ସେ ଏକ ଫଟୋ ଶେୟାର କରିଛନ୍ତି। ଯାହା...

ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ

ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ...

Leave a comment

Your email address will not be published. Required fields are marked *