ଖବରଦାତା, ବିତରକଙ୍କ ଉପରେ କଟକଣା ନାହିଁ: ଏସ୍‌ପି

ଛତ୍ରପୁର,୨୭ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ସମୀକ୍ଷା କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଭିଡିଓ କନ୍‌ଫରେନ୍ସଂ ଜରିଆରେ ବୈଠକ କରି ଲକ୍‌ଡାଉନବେଳେ ଛାପା ଓ ବୈଦ୍ୟୁତିକ୍‌ ଗଣମାଧ୍ୟମ, ୱେବ ମିଡ଼ିଆ ଖବରଦାତା ଓ ଖବରକାଗଜ ବିତରକଙ୍କ ଯାତାୟାତ ଉପରେ କଟକଣା ନାହିଁ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି। ସମଦୂରତା ଅବଲମ୍ବନ ସହ କରୋନା ଗାଇଡ୍‌ ଲାଇନ୍‌କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଏହାର ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ଥିବା ନଦୀ ଓ ପୋଖରୀରେ ଲୋକେ ଗାଧୋଉଥିବା ଆଲୋଚନା ହୋଇଥିଲା। ପାଟ୍ରୋଲିଂ କରି ଏଥିପ୍ରତି ନଜର ରଖିବାକୁ କୁହାଯାଇଛି। ଏଥିସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ଉପରେ ନଜର ରଖିବା ସହ ନିୟମିତ ତାଙ୍କ ଘରକୁ ପୋଲିସ ଅଧିକାରୀ ଯିବେ ବୋଲି ଏସ୍‌ପି କହିଥିଲେ।


All Right Reserved By Dharitri.Com

ଫାଙ୍କା ଗୁଳିଚାଳଣା ଘଟଣା: ନାରାୟଣ ସମେତ ୪ ଗିରଫ: ୨ ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୨୯ା୯: ବହୁ ଚର୍ଚ୍ଚିତ ତେଲି ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳିଚାଳଣା ଘଟଣାରେ ରବିବାର ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ : ବୋମାଫୁଟି ଅଭିଯୁକ୍ତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି,୧୫ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସ୍ବାଇଁଙ୍କୁ ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ...

ଗଞ୍ଜାମରେ ବଢୁଛି ସଂଖ୍ୟା: ୪ ମେଡିକାଲର ୧୫୦ ଡାକ୍ତର, ଷ୍ଟାଫ୍‌ଙ୍କ ହେଲା କୋଭିଡ ଟେଷ୍ଟ

ଛତ୍ରପୁର, ୧୫।୫(ଡି.ଏନ୍‌.ଏ.): ରାଜ୍ୟର ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି। ଏହି ପରିପ୍ରେକ୍ଷୀରେ ୪ ଟି ମେଡିକାଲର ଡାକ୍ତର, ନର୍ସ, ଆଟେନାଣ୍ଟ, ଡ୍ରାଇଭର,...

ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ...

ହପ୍‌ତେ ଭିତରେ ବାପ୍‌, ପୁଓ ଆରପାରେ: ପରିବାର ଚିନ୍‌ତାରେ ବାଟ୍‌ବନା ନିସାହା ଅନୁପମା

ମୋହନଗିରି,୨୧।୧୦(ଡି.ଏନ.ଏ.)-  କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଗାଁର ଅନୁପମା ପୂଝାରୀ। ତାକର ପରିବାରଟା ନିହାତି ଗରିବ ହେଇଥିଲାବେଲେ କୁଲିମଜୁରି କରି ପେଟ୍‌ ପାଲୁଛନ୍‌।...

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି: ଭଙ୍ଗାଗଲା ଘରୋଇ କୋଠା

ପୁରୀ ଅଫିସ୍‌, ୧୭।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଦୋଳବେଦୀ କୋଣସ୍ଥିତ ଏକ ତିନି ମହଲା ଘରୋଇ କୋଠା ଭଙ୍ଗାଯାଇଥିବାବେଳେ...

ଦରମା ନ ମିଳିବାରୁ ଅଭିନବ ପ୍ରତିବାଦ: କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ

ବାରିପଦା ଅଫିସ,୧୩।୧୧: ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବୁଧବାର ସକାଳେ ପୌର କାର୍ଯ୍ୟାଳୟ ଭିତରେ...

ପ୍ରଥମେ କଡ଼ାକଡ଼ି, ଘଡ଼ିସନ୍ଧି ବେଳେ କୋହଳ

ସୋନପୁର,୧୩ା୫(ନି.ପ୍ର.) – ପ୍ରଥମେ କଡ଼ାକଡ଼ି, ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ କୋହଳ। ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପରେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ...

Leave a comment

Your email address will not be published. Required fields are marked *