ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ। ଏବେ ଷ୍ଟେଜ୍‌ ୩ ସମ୍ଭାବନା ଦେଖାଯାଉଥିବା ସେ କହିଛନ୍ତି। ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। କାରଣ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣର ସମ୍ଭାବନା ଅଧିକ ଥିବା କୁହାଯାଉଥିଲା। ଏବେ ଦିଲ୍ଲୀ, ହରିୟାଣାରୁ ଫେରି ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏବେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ବାଗ୍‌ଚୀ କହିଛନ୍ତି।

ପ୍ରକାଶ ଯେ, ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସେ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇ ୧୦ରେ ଭୁବନେଶ୍ୱର ଫେରିଥିଲେ। ୧୩ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ବିଧାନସଭା ଡିସ୍‌ପେନ୍‌ସାରିକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥାବସ୍ଥା ନ ସୁଧୁରିବାରୁ ମାର୍ଚ୍ଚ ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସ୍‌ଚାର୍ଜ ହେବା ପରେ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ୨୫ରେ ତାଙ୍କ ନମୂନା ପରୀକ୍ଷଣ ପାଇଁ ଦିଆଯାଇଥିଲା। ଗୁରୁବାର ରାତିରେ ଉକ୍ତ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ବାଗ୍‌ଚୀ ମଧ୍ୟ କହିଛନ୍ତି।


All Right Reserved By Dharitri.Com

ପୂର୍ବ ଯୋଜନାର ଫଳ ଏମିତି

ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରତିବର୍ଷ ମାଳମାଳ ଯୋଜନା ଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ବିଶେଷକରି ସ୍ବାୟତ୍ତଶାସନ ଦିବସରେ...

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା: ରିଟେଲର ନିଲମ୍ବିତ

ତିହିଡ଼ି,୪।୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରିଟେଲର ମୁରଲୀଧର ମାଝୀଙ୍କୁ ଉପଜିଲାପାଳ ନିଲମ୍ବନ କରିଛନ୍ତି। ଉପଜିଲାପାଳଙ୍କ...

ପାଟକୁରାରେ ଭାଜପା ନିଜସ୍ବ ଢଙ୍ଗରେ ଲଢ଼ି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଖଇରା,୫।୪(ଡି.ଏନ.ଏ):ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ପତିରାଜପୁର ଦୋଳ ମେଳା କମିଟି ଓ ଗୋଳିହା ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି।...

ନୌବାଦ୍ୟରେ ଦେଶକୁ ସଲାମ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ) ନୌସେନା ଦିବସ ପାଳନ ଅବସରରେ ଶନିବାର ନୌସେନା ପ୍ରଭାରୀ (ଓଡ଼ିଶା) ଓ ଭାରତୀୟ ନୌସେନା ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଉତ୍କଳ ମଣ୍ଡପଠାରେ ନୌବାଦ୍ୟ...

ସୋସିଆଲ ଡିଷ୍ଟାନସିଂ ଗାଇଡ୍‌ ଲାଇନ୍ସକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୩: ଆମେରିକାରେ କରୋନା ଭାଇରସ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ...

୫ ଶ୍ରେଷ୍ଠ ନାଟକ ପୁରସ୍କୃତ

କଟକ ଅଫିସ, ୧।୨: ଥିଏଟର ମୁଭ୍‌ମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରଠାରେ ଚାଲିଥିବା ଗ୍ଲୋବାଲ ଥିଏଟର ଫେଷ୍ଟିଭାଲ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି...

ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ...

Leave a comment

Your email address will not be published. Required fields are marked *