ଘର ଘର ବୁଲି ବଣ୍ଟାଯାଉଛି ଭତ୍ତାଟଙ୍କା

ରାଇକିଆ,୨୮।୩(ଡି ଏନ ଏ)- ରାଇକିଆ ବ୍ଲକରେ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ ଡାଉନ ଅଛି। ରାସ୍ତାଘାଟ ଶୁନ୍‌ଶାନ ଏବଂ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ବୃଦ୍ଧାବୃଦ୍ଧ ଯେପରି ଅସୁବିଧାର ସମ୍ମୁଖୀନ ହେବେନି ତାକୁ ଦୃଷ୍ଟିରେ ରଖି ରାଇକିଆ ବ୍ଲକର ପ୍ରତ୍ୟେକ ଗ୍ରାମର ୱାର୍ଡରେ ଭତ୍ତା ଟଙ୍କା ପହଞ୍ଚତ୍ବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପଞ୍ଚାୟତ ଓ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ସତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ୱାର୍ଡରେ ଏହା ବଣ୍ଟନ କରାଯାଉଛି। ବ୍ଲକରେ ସମୁଦାୟ ୮୭୫୯ ହିତାଧିକାରୀଙ୍କୁ ୪ ମାସ (ଏପ୍ରିଲ, ମେ, ଜୁନ, ଜୁଲାଇ)ର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସମ୍ପୃକ୍ତ ଅଧିକାରୀ ବୃଦ୍ଧାବୃଦ୍ଧଙ୍କୁ କରୋନା ସମ୍ପର୍କିତ ସୂଚନା ଦେବାସହ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ପରାମର୍ଶ ଦେଉଛନ୍ତି।


All Right Reserved By Dharitri.Com

ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍‌ ୫ ହଜାର

ଲୋଇସିଂହା,୧୩।୫(ଡି.ଏନ.ଏ):  ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍‌ରେ ଅନେକ ପରିବାରର ଜୀବନ୍‌ ଜୀବ୍‌କା...

ହତ୍ୟାକାରୀ ପୁତୁରା ଗିରଫ

ବାରିପଦା ଅଫିସ/ବାଙ୍ଗିରିପୋଷି,୨ା୨(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପର ଉଚ୍ଚଡିହା ଗ୍ରାମରେ ଗତ ୨୭ ତାରିଖ ରାତିରେ ବନ୍ଦ କୋଠରିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣାର...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ...

ମଦ ଛଡ଼ାଇ ଆଣି ପୋଡ଼ିଲେ ଉତ୍ତ୍ୟକ୍ତ ମହିଳା

ହାତୀଓଟ,୪ା୧୧: ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ମାଳତିବାଡ଼ିରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗତ ଗୁରୁବାର ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ...

ବିଦ୍ୟୁତ୍‌ ଆଘାତରେ ଜଣେ ଗୁରୁତର

ବୁଗୁଡ଼ା,୨୬ା୮(ଡି.ଏନ.ଏ.)-ବୁଗୁଡ଼ା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଟେଲିଫୋନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଆଘାତରେ ସୋମବାର ଗୁରୁତର ହୋଇଛନ୍ତି। ସେ ହେଲେ ଧୋବା ସାହୁ। ଧୋବା...

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା...

ନେଟ୍‌ ଜୋନ୍‌ରେ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ, ନକଲି ରେଳ ଟିକେଟ ଜବତ

ଅତାବିରା,୧୯।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା-ଲହଣ୍ଡା ରାସ୍ତା ପାଶର୍‌ବରେ ଥିବା ଏକ ନେଟ୍‌ ଜୋନ ଉପରେ ସୋମବାର ପୂର୍ବାହ୍ନରେ ବରଗଡ଼ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *