ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ରେପୋ ରେଟ୍‌ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଏଥିସହିତ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଆର୍ଥତ୍କ ଅନୁଷ୍ଠାନ (ଏନ୍‌ବିଏଫ୍‌ସି)କୁ ୩ ମାସ ପାଇଁ ଋଣ କିସ୍ତି ଆଦାୟ ବନ୍ଦ ରଖିବାକୁ ଆର୍‌ବିଆଇ ଅନୁମତି ଦେଇଛି। ମଧ୍ୟବିତ୍ତ ଶ୍ରେଣୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା।
ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲକ୍‌ଡାଉନ ଜନିତ ପ୍ରଭାବରୁ ସାଧାରଣ ଜନତାଙ୍କୁ ମୁକୁଳାଇବା ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ରେପୋ ରେଟ୍‌ ୫.୧୫ ପ୍ରତିଶତ ଥିବାବେଳେ ଏହାକୁ ୪.୪ ପ୍ରତିଶତକୁ କମାଇ ଦିଆଯାଇଛି। ଫଳରେ ଋଣ ଉପରେ ସୁଧହାର କମ୍‌ ରହିବ। ସେହିପରି ରିଭର୍ସ ରେପୋ ରେଟ ୯୦ ବେସିସ୍‌ ପଏଣ୍ଟ ହ୍ରାସ ପାଇ ୪ ପ୍ରତିଶତ ରହିଛି। ମୁଦ୍ରାନୀତି କମିଟି ବୈଠକ ମାର୍ଚ୍ଚ ୩୧ରୁ ଏପ୍ରିଲ ୩ ମଧ୍ୟରେ ବସିବାକୁ ଥିବାବେଳେ ତାହାକୁ ଆଗୁଆ ଭାବେ କାରାଯାଇଥିଲା। ବୈଠକରେ ରେପୋ ରେଟ ହ୍ରାସ ସପକ୍ଷରେ ୪:୨ ସଂଖ୍ୟାଗରିଷ୍ଠତାରେ ଭୋଟ ମିଳିଥିଲା। ସେହିପରି ସମସ୍ତ ବ୍ୟାଙ୍କର କ୍ୟାସ୍‌ ରିଜର୍ଭ ରେସିଓ (ସିଆର୍‌ଆର୍‌)କୁ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇ ୩ ପ୍ରତିଶତ ରଖାଯାଇଛି।


All Right Reserved By Dharitri.Com

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା...

କେଜ୍‌ରିଓ୍ବାଲଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ବେବି ମଫଲର୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୪।୨(ପି.ଟି.):ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ୧୬ ତାରିଖରେ ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଗର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରିବା ପାଇଁ ନିଜକୁ ଅପହରଣ କରାଇଲେ ଯୁବକ

ଲକ୍ଷ୍ନୌ,୨୮।୪: ଗର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରି ପାଇଁ ଉତ୍ତରପ୍ରଦେଶ ଝାଂସୀର ଜଣେ ଯୁବକ ନିଜକୁ ଅପହରଣ କରାଇଛନ୍ତି। ଘର ଲୋକେ ୩୧ ବର୍ଷ ବୟସ୍କ ସଫ୍ଟଓ୍ବେର ଇଞ୍ଜିନିୟର...

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର: ତୋପ ସଲାମୀରେ ଫୁଟିଲାନି ବନ୍ଧୁକରୁ ଗୁଳି

ପାଟନା,୨୨।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର ବୁଧବାର ସାପୁଲ୍‌ ଜିଲାର ଥିବା ତାଙ୍କ ପୈତୃକ ଗାଁରେ ହୋଇଛି। ତୋପ ସଲାମୀ ସମୟରେ...

ରାଜଧାନୀରେ ଘରେ ପହଞ୍ଚିବ ମେଡ଼ିସିନ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା ପାଇଁ ଲୋକେ ବାହାରକୁ ବାହାରିପାରୁ ନ ଥିବାରୁ ଏବେ ଭୁବନେଶ୍ୱରବାସୀ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ନଜରକୁ...

ଦିଲ୍ଲୀରେ ସରକାର ଗଢିବ ଭାଜପା: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଏବେ ଏହାର ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ ମନୋଜ...

Leave a comment

Your email address will not be published. Required fields are marked *