ନିବେଶକଙ୍କ ୧୧.୧୨ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୨୭। ୩: ଗତ ୩ ଦିନ ଧରି ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ରହିବା ଯୋଗୁ ଏହି ସମୟରେ ନିବେଶକଙ୍କୁ ୧୧.୧୨ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର କାରବାର ୧୪୧୦.୯୯ ପଏଣ୍ଟ ବା ୪.୯୪% ଉଚ୍ଚରେ ରହି ୨୯,୯୪୬.୭୭ ପଏଣ୍ଟରେ ବନ୍ଦ ହୋଇଥିଲା। ଗତ ୩ ଦିନରେ ସୂଚକାଙ୍କ ୩୯୬୫.୫୩ ପଏଣ୍ଟ ବଢିଛି। ଉକ୍ତ ସମୟ ମଧ୍ୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୧.୧୨ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଷ୍ଟକ ବଜାର ଡିପୋଜିଟୋରୀ ଡାଟାରୁ ସାମ୍ନାକୁ ଆସିଛି। ସରକାର ଘୋଷଣା କରିଥିବା ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ବଜାର ଉପରେ ସକାରାତ୍ମକ ପ୍ରଭାବ ପକାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଶେୟାର କାରବାରରେ ପ୍ରାୟ ୪୫.୦୭% ବୃଦ୍ଧି ଘଟିଛି। ଏହବାଦ ଭାରତୀ ଏୟାରଟେଲ, ଲାର୍ସନ ଆଣ୍ଡ ଟୁବ୍ରୋ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ବଜାଜ ଅଟୋର ଶେୟାର ଉନ୍ନତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୧୫୦୮ କମ୍ପାନୀର କାରବାର ଅତି ଭଲ ରହିଛି। ୭୬୯ କମ୍ପାନୀର କାରବାର ନିମ୍ନରେ ରହିଥିବା ବେଳେ ୧୭୨ଟିର କାରବାର ଅପରିବର୍ତ୍ତିତ ରହିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ୍‌ ସୂଚୀ ଯଥାକ୍ରମେ ୩.୪୯% ଏବଂ ୩.୭୩% ବୃଦ୍ଧି ଘଟିଛି।


All Right Reserved By Dharitri.Com

ସିଡନୀ ଏୟାରପୋର୍ଟରେ ମହଙ୍ଗା ପଡିଲା ଚୋରି; ଏୟାର ଇଣ୍ଡିଆର ସିନିୟର କମାଣ୍ଡର ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୪ା୬: ଏୟାର ଇଣ୍ଡିଆର ଜଣେ ସିନିୟର କମାଣ୍ଡର ତଥା ଆଞ୍ଚଳିକ ଡାଇରେକ୍ଟର ରୋହିତ ଭାସିନ୍‌ଙ୍କୁ ସିଡନୀ ଏୟାରପୋର୍ଟରେ ଏକ ଡ୍ୟୁଟି ଫ୍ରି ଦୋକାନରୁ ସାମଗ୍ରୀ ଚୋରି କରିବା...

ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍‌ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ...

ଜିଓରେ ୧୧୩୬୭ କୋଟି ନିବେଶ କରିବ କେକେଆର୍‌

ମୁମ୍ବାଇ,୨୩।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ନିବେଶକାରୀ ସଂସ୍ଥା କେକେଆର୍‌ ୧୧୩୬୭ କୋଟି...

କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଦେବ ଟାଟା ଗ୍ରୁପ

ନୂଆଦିଲ୍ଲୀ,୨୪-୩: କରୋନା ଭୂତାଣୁ ସଙ୍କଟ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ପ୍ରଦାନ କରାଯିବ ବୋଲି ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି। ଏ ନେଇ ସତର୍କତା ଅବଲବ୍ଧନ...

ଡିଶ୍‌ ଟିଭି ସହ ମିଶିଯିବ ଏୟାରଟେଲ

ନୂଆଦିଲ୍ଲୀ,୭-୮:ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ମିଶିଯିବେ। ଏସେଲ ଗ୍ରୁପ୍‌ କମ୍ପାନୀ ଡିଶ୍‌ ଟିଭିକୁ ଖୁବଶୀଘ୍ର ଭାରତୀ ଏୟାରଟେଲ କିଣିବ।...

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା...

ମାନ୍ଦାବସ୍ଥାକୁ ନେଇ କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: ସାଂଘାତିକ ହେବ ଏଫ୍‌ଏମ୍‌ସିଜି ସେକ୍ଟର ପ୍ରଦର୍ଶନ

ନୂଆଦିଲ୍ଲୀ,୨୦-୯: ମାନ୍ଦାବସ୍ଥାର ପ୍ରଭାବ ଦେଶର ଅର୍ଥନୀତିକୁ ଏଭଳି ଘେରିଛି ଯେ, ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ଼୍ସ(ଏଫ୍‌ଏମ୍‌ସିଜି) ସେକ୍ଟରର...

ଇପିଏଫ୍‌ ଉଠାଣ ନେଇ ଶ୍ରମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ପାଣ୍ଠିରୁ ଉଠାଣ ନେଇ ହିତାଧିକାରୀଙ୍କୁ ଶ୍ରମମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି।...

Leave a comment

Your email address will not be published. Required fields are marked *