ଫେସ୍‌ମାସ୍କର ମୂଲ୍ୟ ଉପରେ ଜୁନ ଯାଏ କଟକଣା

ନୂଆଦିଲ୍ଲୀ,୨୭। ୩: ୩ ପ୍ଲାଏ ଫେସ୍‌ମାସ୍କର ମୂଲ୍ୟ ଉପରେ ସରକାର ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ମାସ୍କଗୁଡିକ ମେଲ୍ଟ ବ୍ଲାଉନ ନନ୍‌-ଓଭନ ଫ୍ୟାବ୍ରିକରେ ପ୍ରସ୍ତୁତ ହେଉଛି। ଏହାର ପ୍ରତି ମାସ୍କ ପିଛା ମୂଲ୍ୟ ଜୁନ ଶେଷ ଯାଏ ୧୬ ଟଙ୍କା ରହିବ ବୋଲି ଖାଉଟି ବ୍ୟାପାର ସଚିବ ପଓ୍ବନ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୨୧ ମାର୍ଚ୍ଚରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ୨ ପ୍ଲାଏ ଏବଂ ୩ ପ୍ଲାଏ ସିର୍ଜିକାଲ ମାସ୍କ ପିଛା ମୂଲ୍ୟ ଯଥାକ୍ରମେ ୮ ଟଙ୍କା ଏବଂ ୧୦ ଟଙ୍କା ନିର୍ଦ୍ଧାରଣ କରିଥିଲେ। ଫେବୃୟାରୀ ୧୨ର ଧାର୍ଯ୍ୟ ମୂଲ୍ୟ ମୁତାବକ ୩ ପ୍ଲାଏ ମେଲ୍ଟ ଡାଉନ ଫେସ୍‌ ମାସ୍କ ବିକ୍ରି ହେବ। ଏ ନେଇ ସରକାର ଫେସ୍‌ମାସ୍କ ମାନୁଫାକଚରଙ୍କ ସହ ଆଲୋଚନା କରିଛନ୍ତି। ମୂଲ୍ୟରେ ସ୍ବଚ୍ଛତା ନ ରହିବା ଯୋଗୁ ଏହାକୁ ନେଇ ବିଭିନ୍ନ ଅସୁବିଧା ଉପୁଜିଥିବା ସରକାର ଜାଣିବାକୁ ପାଇଛନ୍ତି। ଏଣୁ ଏଭଳି ମାସ୍କ ଉପରେ ୧୬ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୨ ପ୍ଲାଏ ଏବଂ ୩ ପ୍ଲାଏ ସର୍ଜିକାଲ ମାସ୍କର ଖୁଚୁରା ମୂଲ୍ୟ ସମାନ ରହିବ। ଏହି ମୂଲ୍ୟ ଜୁନ ୩୦ ଯାଏ ବଳବତ୍ତର ରହିବ। ବର୍ତ୍ତମାନ ସାନିଟାଇଜର ଏବଂ ମାସ୍କ ଚାହିଦା ବଢିଥିବାରୁ ଯୋଗାଣ ଯେଭଳି ବାଧାପ୍ରାପ୍ତ ନ ହୁଏ ତାକୁ ବିଚାର କରାଯାଉଛି ବୋଲି ଅଗ୍ରଓ୍ବାଲ କହିଛନ୍ତି।


All Right Reserved By Dharitri.Com

ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ,୩-୧: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍‌ ରହୁଥିଲା। ହେଲେ ଚଳିତ ବର୍ଷ...

ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ...

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି...

ରିଲାଏନ୍ସ୍‌ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍‌ବୁକ୍‌: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ୍‌ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ...

ବଜାଜ ଗ୍ରୁପ୍‌ ପକ୍ଷରୁ ୧୦ କୋଟି ଫନୀ ସହାୟତା

ଭୁବନେଶ୍ୱର,୨୯-୬ – ବଜାଜ ଗ୍ରୁପ କମ୍ପାନୀ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କାର ସହାୟତା ରାଶି...

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ...

Leave a comment

Your email address will not be published. Required fields are marked *