ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର କରୁଛନ୍ତି। ସାନିଟାଇଜର ଚାହିଦାକୁ ନଜରରେ ରଖି ୫୦୦ରୁ ଅଧିକ କମ୍ପାନୀ ଏବଂ ୧୦୦ ବିଶୋଧନାଗାରଙ୍କୁ ଏହା ପ୍ରସ୍ତୁତ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ୍‌ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲାପାଳମାନଙ୍କୁ ସାନିଟାଇଜର ଲାଗି ଆବଶ୍ୟକ ଇଥାନଲ ଉପରେ କଟକଣା ଉଠାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ବିଶୋଧନାଗାର ଏବଂ ଚିନିକଳମାନେ ଅଧିକ ସାନିଟାଇଜର ପ୍ରସ୍ତୁତି କରିପାରିବେ ସେଗୁଡିକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ପାଦନ ବଢାଇବା ଲାଗି ଏହି ସଂସ୍ଥାଗୁଡିକୁ ପରାମର୍ଶ ଦିଆଯାଇଛି। ଏବେ ସୁଦ୍ଧା ୪୫ ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଉ ୨ ଦିନ ମଧ୍ୟରେ ଅଧିକ ୫୫ ବିଶୋଧନାଗାରକୁ ସରକାର ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏବେ କିଛି କମ୍ପାନୀ ସାନିଟାଇଜର ଉତ୍ପାଦନ କରୁଥିବା ବେଳେ ଆଉ କିଛି ସପ୍ତାହେ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବେ। ସୁଲଭ ମୂଲ୍ୟରେ ଲୋକଙ୍କୁ ସାନିଟାଇଜର ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି।


All Right Reserved By Dharitri.Com

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ...

ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ନୂଆଦିଲ୍ଲୀ,୯।୪: କରୋନା ଭାଇରସ ପ୍ରଭାବରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ...

ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି

ନୂଆଦିଲ୍ଲୀ,୧୩-୨: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବୁଧବାର...

କର୍ମଚାରୀଙ୍କୁ ୫ କୋଟି ଶେୟାର ଦେବ ଇନ୍‌ଫୋସିସ୍‌

ବେଙ୍ଗାଲୁରୁ,୧୮-୫: ଦେଶର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜ କର୍ମଚାରୀଙ୍କୁ ପ୍ରୋତ୍ସାହନ ରୂପରେ ୫ କୋଟି ଶେୟାର ଦେବ। ଏହା କମ୍ପାନୀର ମୋଟ ଶେୟାର...

ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ...

ଭାରତରେ ୫୭% ଡାକ୍ତର କ୍ୱାକ୍‌

ନୂଆଦିଲ୍ଲୀ,୧୦-୮: ଆମ ଦେଶରେ ଏଲୋପାଥି ମେଡିସିନ୍‌ ପ୍ରାକ୍ଟିସ୍‌ କରୁଥିବା ଅଧିକାଂଶ ଡାକ୍ତର କ୍ୱାକ୍‌(ନକଲି) କି ବୋଲି ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରେ ଏହା...

ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ଲାଗି ଦାବି

ଭୁବନେଶ୍ୱର,୪। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଷ୍ଟାର୍ଟ ଅପ୍‌ଗୁଡିକୁ ସହାୟତା ପ୍ରଦାନ କରିବା ଲାଗି ଟାଇ ଭୁବନେଶ୍ୱର ପକ୍ଷରୁ ଦାବି କରାଯାଇଛି। ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡିକର...

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

Leave a comment

Your email address will not be published. Required fields are marked *