ଟାଟା ହସ୍ପିଟାଲ ହେବ ଆଇସୋଲେଟେଡ୍‌ ଡାକ୍ତରଖାନା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ବାହାର ରାଜ୍ୟରୁ ଆସିଥିବା ୧୫,୩୭୭ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଶୀତଳାପଲ୍ଲୀସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ କରୋନା ଆଇସୋଲେଟେଡ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ। ସେଠାରେ ଅନ୍ୟୁନ ୧୦୦ ରୋଗୀଙ୍କ ପାଇଁ ତୁରନ୍ତ ବେଡ ବ୍ୟବସ୍ଥା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ବେଡଗୁଡିକର ସୁବ୍ୟବସ୍ଥା ସ୍ବଳ୍ପ ସମୟ ମଧ୍ୟରେ କରାଯିବ। ଜିଲାପାଳ ଏହାକୁ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଜିଲା ଲକ୍‌ଡାଉନ୍‌ରେ ଥିବା ବେଳେ ଯେଉଁମାନେ ଏହାକୁ ହାଲ୍‌କା ଭାବେ ନେଇ ବାଇକ୍‌ ଧରି ବୁଲୁଛନ୍ତି, ସେମାନଙ୍କ ବାଇକ୍‌ ଓ ମୋବାଇଲ ଫୋନ ଜବତ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ମାତ୍ରାରେ ରୋଡ ବ୍ୟାରିକେଡିଂ କରାଯିବ। ବିଡିଓ, ତହସିଲଦାର ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ଲକ ଅଞ୍ଚଳକୁ ଆବଣ୍ଟିତ କରି ତଦାରଖ କରିବେ। ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ଏଥିସହ ପ୍ରତ୍ୟେକ ପରିବାର ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଶପଥ ପାଠ କରିବାକୁ ଜିଲାପାଳ କହିଛନ୍ତି । ପ୍ରତ୍ୟେକ ଗ୍ରାମସ୍ତରରେ ୫ ସ୍ବେଚ୍ଛାସେବୀ ଏବଂ ପଞ୍ଚାୟତଚ୍‌ସ୍ତରରେ ୨୦ ସ୍ବେଚ୍ଛାସେବୀ ଚିହ୍ନଟ କରି ସଜାଗ ରଖିବାକୁ କୁହାଯାଇଛି। ଯେଉଁମାନଙ୍କର କ୍ବାରେଣ୍ଟାଇନ ଅବଧି ସରୁଛି, ସେମାନଙ୍କୁ ମଧ୍ୟ ବାହାରେ ବୁଲିବାକୁ ବାରଣ କରାଯାଇଛି। କେହି ଯେପରି ଭୋକିଲା ନ ରୁହନ୍ତି, ବିଡିଓ ତାହା ତଦାରଖ କରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ୪ ଚକିଆ ଏବଂ ୩ ଚକିଆ ଯାନକୁ ସଂପୃକ୍ତ ଉପଜିଲାପାଳଙ୍କ ସ୍ତରରେ ଅନୁମତିପତ୍ର ଦିଆଯିବ। କୌଣସି ବ୍ୟକ୍ତି ଯଦି ଅନୁମତି ପତ୍ରର ଅସଦ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ଫୌଜଦାରୀ ଆଇନ ଲାଗୁ କରାଯିବ। ସାହି ବସ୍ତିରେ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ପରିବା ବିକ୍ରୟ କରିବେ। ବ୍ୟବସାୟୀମାନେ ସହରର ବିଭିନ୍ନ ଅଞ୍ଚଳରେ ଉପଯୁକ୍ତ ଦୂରତ୍ୱ ବଜାୟ ରଖି ପରିବା ବିକ୍ରି କରିବାକୁ କୁହାଯାଇଛି। କରୋନାର ବିଭୀଷିକାକୁ ହୃଦୟଙ୍ଗମ କରି ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ସୈନିକ ଭାବେ ଏହି ଲଢ଼େଇରେ ସାମିଲ ହେବାକୁ ଜିଲାପାଳ ନିବେଦନ କରିଛନ୍ତି ।


All Right Reserved By Dharitri.Com

ପୋଲିସର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗ୍ରାମବାସୀଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୨୮।୧: ଖୋର୍ଦ୍ଧା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ପୋଲିସର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ମଙ୍ଗଳବାର ହାଟବସ୍ତ ଗ୍ରାମବାସୀ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି।...

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ...

ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

ବରଗଡ଼ ଅଫିସ/ସୋହେଲା,୧୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଶନିବାର ସକାଳେ ପରଲୋକ ଘଟିଛି। ସେ ସକାଳୁ ଗୁରୁତର...

ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ

କଟକ ଅଫିସ୍‌,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ...

ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି।...

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ...

CORONAVIRUS UPDATE: ରାଜ୍ୟରେ ଆଉ ୮୨ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳେ ରାଜ୍ୟରେ ୧୦୨ କରୋନା...

ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର

ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା...

Leave a comment

Your email address will not be published. Required fields are marked *