Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର, ହତ୍ୟା

ଭୋପାଳ,୧୦ା୬(ପି.ଟି./ ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଆଲିଗଡ଼ ଓ ହମିରପୁର ପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା। ଭୋପାଳର କମଳାନଗରରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ୮ ବର୍ଷୀୟା ଝିଅଙ୍କ ମୃତଦେହ ରବିବାର ଏକ ନାଳରୁ ଉଦ୍ଧାର କରାଯିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ମାମଲାରେ ୬ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
କମଳାନଗର ଥାନା ମଣ୍ଡଓ୍ବା ବସ୍ତିର ଜଣେ ନାବାଳିକା ଶନିବାର ରାତି ପ୍ରାୟ ୮ଟାରେ କିଛି ସାମଗ୍ରୀ କିଣିବା ପାଇଁ ଘରୁ ବାହାରିଥିଲେ। ସେ ନ ଫେରିବାରୁ ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତାଙ୍କର ପତ୍ତା ନ ମିଳିବାରୁ ପରିବାର ଲୋକେ କମଳାନଗର ଥାନାରେ ଝିଅ ନିଖୋଜ ଥିବା ନେଇ ରିପୋର୍ଟ କରିଥିଲେ। ହେଲେ ପୋଲିସ ଏହାକୁ ଗମ୍ଭୀରତା ସହ ନେଇ ନ ଥିଲା। ରାତି ୧୧ଟାରେ ଜଣେ କର୍ପୋରେଟରଙ୍କଠାରୁ ଫୋନ୍‌ କଲ୍‌ ପାଇବା ପରେ ପୋଲିସର ନିଦ ଭାଙ୍ଗିଲା। ମାତ୍ର କିଛି ଲାଭ ହେଲାନାହିଁ। ରବିବାର ସକାଳ ୫ଟାରେ ସମ୍ପୃକ୍ତ ଅଞ୍ଚଳର ଏକ ନାଳରୁ ନାବାଳିକାଙ୍କ ମୃତଦେହ ମିଳିଲା। ହାମିଦିଆ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ବେଳେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ନିଖୋଜ ରିପୋର୍ଟ ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇ ତଲାସି ଚଳାଇଥିଲେ ଏପରି ଘଟି ନ ଥାନ୍ତା ବୋଲି ପରିବାର ଓ ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ୬ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ଧରାଇଦେଲେ ୨୦ ହଜାର ଟଙ୍କା ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।
ଦୁଇଦିନ ପୂର୍ବରୁ ଉଜ୍ଜୟିନୀରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଥିଲା। ମଧ୍ୟପ୍ରଦେଶରେ ନାବାଳିକାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଭୋପାଳର ନବନିର୍ବାଚିତ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ସଦ୍ୟ ଘଟଣାର ନିନ୍ଦା କରିବା ସହ ପୀଡ଼ିତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ମଧ୍ୟ ନାବାଳିକାଙ୍କ ଘରକୁ ଯାଇ ଏହାର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ୟୁପିର ହମିରପୁର ଜିଲାରେ ଜଣେ ୧୦ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଦଳିତ ନାବାଳିକା ଜଣକ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ ମା’ଙ୍କ ସହ ଶୋଇଥିଲେ। କେତେଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇନେଇ ଏକ ଶ୍ମଶାନ ଘାଟରେ ଗଣବଳାତ୍କାର ପରେ ହତ୍ୟା କରିଥିଲେ। ନାବାଳିକାଙ୍କ ମୃତଦେହ ଏକ ବୁଦାରୁ ଉଦ୍ଧାର ହୋଇଛି। ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି।


All Right Reserved By

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି...

ପେଟଯନ୍ତ୍ରଣା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତରଙ୍କ କଣ୍ଡୋମ୍‌ ମେଡିସିନ୍‌

ରାଞ୍ଚତ୍,୨୮।୭: ଝାଡ଼ଖଣ୍ଡର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ଏଠାକୁ ଜଣେ ମହିଳା ପେଟଯନ୍ତ୍ରଣା ଲାଘବ ପାଇଁ ଆସିଥିବାବେଳେ ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ କଣ୍ଡୋମ...

ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୭: ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର...

ସମୁଦ୍ର ପଥରେ ଆତଙ୍କବାଦୀ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା...

୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍‌ ଏକ୍ସପ୍ରେସ୍‌

ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ...

ସରକାରୀ ବାବୁଙ୍କୁ ଉପହାର ମନା

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ...

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା...

ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା

ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍‌ ଥାଳିରେ ରଖି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *