Posted inଖେଳ

ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍‌-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଡକାଯାଇଛି। ଏଥିରେ ସଦସ୍ୟମାନେ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ହେବ। ୨୦୨୦ରେ ଆଇସିସିର ହାଇପ୍ରୋଫାଇଲ ଇଭେଣ୍ଟ ପୁରୁଷ ଟି୨୦ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବର ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ କେତୋଟି ଦ୍ୱିପାକ୍ଷିକ ସିରିଜ ଖେଳାଯିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ସିରିଜକୁ ଯଦି ବାତିଲ କରିବାକୁ ପଡ଼େ ତେବେ ପଏଣ୍ଟ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରିବା ହେବ ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବ। କରୋନା ଭାଇରସ୍‌ର ଆବିର୍ଭାବ ପରେ ଇଂଲଣ୍ଡ ଏହାର ଶ୍ରୀଲଙ୍କା ଟୁର୍‌କୁ ସ୍ଥଗିତ ରଖିଛି। କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ୨୦,୦୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ, କେତେବେଳେ ସ୍ବାଭାବିକ ଅବସ୍ଥା ଫେରିବ ତାହା ପୂର୍ବାନୁମାନ କରିବା କଷ୍ଟକର। ଯଦି ଲକ୍‌ ଡାଉନ୍‌ ୨ମାସ ଧରି ଜାରି ରୁହେ ତେବେ ସେଥିପାଇଁ ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ (ଏଫ୍‌ଟିପି) ଶେଷ ହୋଇ ପାରିବ କି ନା ସେନେଇ ସନ୍ଦେହ ରହିଛି ବୋଲି ଏକ ସଦସ୍ୟ ରାଷ୍ଟ୍ରର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଗେମ୍ସ ପାଇଁ ପଏଣ୍ଟ ବଣ୍ଟନ ବ୍ୟବସ୍ଥା ଜାରି ରଖାଯିବା ନା ସ୍ଥଗିତ ରଖାଯିବ ତାହା ମଧ୍ୟ ଏକ ପ୍ରସଙ୍ଗ। ଜୁନ୍‌ ଓ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ଘରୋଇ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବା ଯୋଜନା ରହିଛି। ବର୍ତ୍ତମାନ ପରିସ୍ଥିତିରେ ପଏଣ୍ଟ ବଣ୍ଟନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଏକ ପ୍ରଶ୍ନ। ଉଭୟ ଦଳକୁ ୬୦ପଏଣ୍ଟ ଲେଖାଏଁ ବାଣ୍ଟିଦିଆଯିବ କି ନା ସେ ବିଷୟରେ ଆଲୋଚନା ହୋଇପାରେ। ଏବେକା ପରିସ୍ଥିତି ଅନୁଧ୍ୟାନ କରାଗଲେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ କୌଣସି ବିପଦ ଥିବା ବିଷୟ ମନେ ହେଉନାହିଁ। ମାତ୍ର ଯଦି ଲକ୍‌ଡାନ୍‌କୁ ୨ରୁ ୩ ମାସ ଜାରି ରଖାଯାଏ ତେବେ ସେ ସମୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ହୁଏତ ଯାତାୟାତ କ୍ଷେତ୍ରରେ କଟକଣା ଜାରି କରିପାରେ। ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ କାର୍ଯ୍ୟକଳାପ ସ୍ଥଗିତ ରଖାଯିବା ଦ୍ୱାରା ସଦସ୍ୟ ରାଷ୍ଟ୍ରଗୁଡ଼ିକର ରାଜସ୍ବ ସ୍ରୋତରେ ଅଙ୍କୁଶ ଲାଗିବ। ଏହାର ଫଳାଫଳ କ’ଣ ହେବ ତାହା ଅନୁମାନ ଲଗାଇବା କଷ୍ଟକର। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସମ୍ଭବତଃ ସଭାପତି ସୌରଭ ଗାଙ୍ଗୁଲି ବୋର୍ଡ ବୈଠକରେ ପ୍ରତିନିଧିତ୍ୱ କରିପାରନ୍ତି। ଗାଙ୍ଗୁଲ ଯଦିବ ଅବା ଭାଗ ନ ନିଅନ୍ତି ତେବେ ସମ୍ପାଦକ ଜୟ ଶାହା ଏଥିରେ ଅଂଶଗ୍ରହଣ କରିପାରନ୍ତି।


All Right Reserved By Dharitri.Com

Posted inଖେଳ View All

ଡ୍ରାଭିଡ୍‌ଙ୍କ ସହ ସମୟ ବିତାଇଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୨୦।୯: ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ବିରାଟ...

ଟେନିସକୁ ଶାରାପୋଭାଙ୍କ ଗୁଡ୍‌ବାଏ

ପ୍ୟାରିସ, ୨୭।୨ (ଏଏଫ୍‌ପି)- ରୁଷୀୟ ଲଳନା ତଥା ବିଶ୍ୱ ଟେନିସ ଜଗତର ଗ୍ଲାମରର୍ସ ଗର୍ଲ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ମାରିଆ ଶାରାପୋଭା ବୁଧବାର...

‘ଶ୍ରୀଲଙ୍କା, ବାଂଲାଦେଶଠାରୁ ଜାଣିଶୁଣି ହାରିବ ଭାରତ’

କରାଚୀ,୨୮।୬(ପିଟି)- ପାକିସ୍ତାନ ଦଳକୁ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବିଦା କରିବା ଲାଗି ଭାରତୀୟ ଦଳ ଜାଣିଶୁଣି ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପରାସ୍ତ...

ରୋନାଲ୍ଡୋଙ୍କ ବଦାନ୍ୟତା

ଲିସବନ,୨୫।୩(ଏଏଫ୍‌ପି)- ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପର୍ତ୍ତୁଗୀଜ ମେଡିକାଲକୁ ୩ ଇନ୍‌ଟେନସିଭ କେୟାର ୟୁନିଟ୍‌ ପ୍ରଦାନ କରିବେ। ଏହା...

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ: ଚୂଡ଼ାନ୍ତ ତାଲିକା ଘୋଷଣା ଆଜି

କଟକ ଅଫିସ,୨୨ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଦାଖଲ ହୋଇଥିବା ୧୨ଟି ଯାକ ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିବା...

ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସ ବର୍ଗ, ୭ା୮(ଏଏଫ୍‌ପି)-ଅକ୍ଟୋବରରେ ଖେଳାଯିବାକୁଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଫାଫ୍‌ ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। କ୍ରିକେଟ ସାଉଥ୍‌...

ନାଇଟ୍‌ ଉପାଧି ଗ୍ରହଣ କଲେ ସାର୍‌ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌

ଲଣ୍ଡନ, ୧୬।୧- ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ ବ୍ରିଟେନ୍‌ର ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌ ଉପାଧି’ ଗ୍ରହଣ କରିଛନ୍ତି। ଫଳରେ ଏବେ ତାଙ୍କ...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

Leave a comment

Your email address will not be published. Required fields are marked *