ଚାଷୀ ଚିନ୍ତା ବଢାଇଛି କରୋନା

ବାଲିଗୁଡା ୨୬ା୩(ଡି.ଏନ୍‌.ଏ.)- କରୋନା ପ୍ରଭାବରେ ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶ୍ରମିକ ମିଳୁ ନ ଥିବାରୁ ଚାଷୀ ଫସଲ ଅମଳ କରିପାରୁନାହିଁ। ବାଲିଗୁଡା ଅଞ୍ଚଳରେ ପନିପରିବା ସହିତ ବାଦାମ, ମୁଗ, ବିରି, ହରଡ଼ ଭଳି ଡାଲିଜାତୀୟ ଫସଲ ଅମଳ ନ ହୋଇ ବିଲରେ ପଡିରହିଛି। ପରିବା ବିକ୍ରୀ ହୋଇପାରୁ ନ ଥିବାରୁ ଚାଷୀ କିପରି ଗୁଜରାଣ ମେଣ୍ଟାଇବେ ସେ ନେଇ ଏବେ ଚିନ୍ତାରେ। ଡାଲି, ଆଳୁ, ପିଆଜ, ରସୁଣ, ତେଲ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଅଁା ହେଲାଣି। ଶ୍ରମିକ ଓ ଚାଷୀ ପରିବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବଜାରରୁ କ୍ରୟ କରିବା ଦିଗରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସବୁ ଅତ୍ୟାବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ପ୍ରଦାନ କରିବା ପାଇଁ ଦାବି ହେଉଛି।


All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ...

ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର...

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ,...

ବିପୁଳ ପରିମାଣର ମଦ ଜବତ : ୪ ଗିରଫ

ଦାରିଙ୍ଗବାଡ଼ି,୧୨।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୯୨...

ବିନିକା ପ୍ରିମିୟର ଲିଗ୍‌ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ

ବିନିକା, ୧୭ା୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍‌(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ...

ନିର୍ଦ୍ଦୋଷ ବାପ,ପୁଅ ଜେଲ ଭୋଗିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ.): ନିଖୋଜ ଥିବା ମହିଳାଙ୍କୁ ମୃତ ଦର୍ଶାଇ ତାଙ୍କ ନିର୍ଦ୍ଦୋଷ ସ୍ବାମୀ ଏବଂ ଶ୍ୱଶୁରଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ...

ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼...

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ...

Leave a comment

Your email address will not be published. Required fields are marked *