ଗରମ, ଆର୍ଦ୍ର ଜଳବାୟୁରେ କୋଭିଡ-୧୯ ସଂକ୍ରମଣ ହେବ ଧୀର

ଓ୍ବାଶିଂଟନ,୨୬।୩: ଗରମ ଓ ଆର୍ଦ୍ର ଜଳବାୟୁରେ କରୋନା ଭାଇରସ ସଂକ୍ରମଣ ଧୀରେ ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏସିଆରେ ଥିବା ଦେଶ ଗୁଡିକରେ କରୋନା ସଂକ୍ରମଣକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜିର ବୈଜ୍ଞାନିକ କ୍ୱାସିମ ବୁଖାରିଙ୍କ ସହ ଅନ୍ୟ ବୈଜ୍ଞାନିକମାନେ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ତଥ୍ୟ ସଂଗ୍ରହ କରି ସମସ୍ତ ଅଞ୍ଚଳର ପାଣିପାଗର ୨ଟି ପାରାମିଟର ସହ ତୁଳନା କରିଥିଲେ। ଏହାପରେ ଜଣାପଡିଛି ଯେ ମାର୍ଚ୍ଚ ୨୨, ୨୦୨୦ ପର୍ଯ୍ୟନ୍ତ କରୋନା ଭାଇରସ, SARS-CoV-2ର ପ୍ରାୟ ୯୦ ପ୍ରତିଶତ ସଂକ୍ରମଣ ୩ରୁ ୧୭ ଡିଗ୍ରୀ ତାପମାତ୍ରା ମଧ୍ୟରେ ଘଟିଛି। ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ଯେଉଁଠାରେ ଅଧିକ ପରିମାଣରେ କରୋନା ସଂକ୍ରମିତ ହୋଇଛି ସେଠାରେ ମଧ୍ୟ ଆର୍ଦ୍ରତା କମ୍‌ ରହିଥିବା ଅନୁମାନ କରାଯାଇଛି। ତେଣୁ ଗରମ ଓ ଆର୍ଦ୍ର ଜଳବାୟୁରେ କରୋନା ସଂକ୍ରମଣ ଧୀର ଗତିରେ ହେଉଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।


All Right Reserved By Dharitri.Com

ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ,...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି...

ସାନିଟାଇଜ୍‌ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ

ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)କୁ ସାନିଟାଇଜ୍‌ କରାଯାଇଛି। ଏହା ପରିସରରେ ଥିବା...

ବିଶୁଦ୍ଧିକରଣ ହେଲା ମୁଖ୍ୟରାସ୍ତା

ଫୁଲବାଣୀ ଅଫିସ, ୨ା୪- କନ୍ଧମାଳ ଜିଲା ଫୁଲବାଣୀ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ବିଶୋଧନ କରାଯାଇଛି। ପୌର ପରିଷଦ ଓ ଅଗ୍ନିଶମ ବିଭାଗର କର୍ମଚାରୀ ହାଇପୋ କ୍ଲୋରାଇଡ଼...

ସାଜିଦ୍‌ ଜାଭିଦ୍‌ ହେବେ ବ୍ରିଟେନ୍‌ ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭(ପି.ଟି.): ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୂର୍ବତନ ଗୃହମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ଫିଲିପ୍‌ ହାମୋଣ୍ଡ୍‌ଙ୍କ ସ୍ଥାନରେ ଜାଭିଦ୍‌ଙ୍କୁ ଏହି...

ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି।...

କଶ୍ମୀରରୁ ପ୍ରତିବନ୍ଧକ ଉଠିଲେ, ପରିସ୍ଥିତି ବିଗାଡିବ ପାକିସ୍ତାନ: ଏସ୍‌. ଜୟଶଙ୍କର

ଓ୍ବାଶିଂଟନ୍‌,୩।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ସେଠାରେ ସ୍ଥିତି ସୁଧୁରିନାହିଁ। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ପ୍ରତିକ୍ରିୟା...

Leave a comment

Your email address will not be published. Required fields are marked *