ଗାଡ଼ି ଚଢ଼ିଗଲା: ଜଣେ ମୃତ, ୨ ଗୁରୁତର

ଧାମନଗର, ୧୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ରାସ୍ତାରେ ରବିବାର ସନ୍ଧ୍ୟାରେ ଗାଡ଼ି ଚଢ଼ିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ନାରାୟଣପୁର ଗ୍ରାମର ସୌଭାଗ୍ୟ ଧଳଙ୍କର ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସନ୍ତୋଷ ଜେନା ଏବଂ ଦୁର୍ଗାପ୍ରସନ୍ନ ପଣ୍ଡା ଚିକିତ୍ସାଧୀନ ଅଛନ୍ତି। ଏହି ୩ ସାଙ୍ଗ ନାରାୟଣପୁର ଛକରେ ଠିଆ ହୋଇଥିବା ବେଳେ ଏକ ମିନିଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୌଭାଗ୍ୟଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅଟକ ରଖିଥିଲେ। ଏହାକୁ ନେଇ ନାରାୟଣପୁର ଛକରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ପରେ ଲୋକେ ଗାଡ଼ି ସହ ଡ୍ରାଇଭରଙ୍କୁ ଧାମନଗର ଥାନା ପୋଲିସ ଜିମା ଦେଇଛନ୍ତି।


All Right Reserved By Dharitri.Com

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

ଶିକ୍ଷକ ବଦଳି ପ୍ରତିବାଦ: ପିଲାଙ୍କୁ ସ୍କୁଲ ଛାଡିଲେନି ଅଭିଭାବକ

ଖଇରା, ୨୧।୮(ଡି.ଏନ.ଏ.)-ଖଇରା ବ୍ଲକ ସାରୁଗାଁ ନୋଡାଲ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ରାତି ଅଧିଆ ବିଜ୍ଞାନ ଶିକ୍ଷକ ସୌଭାଗ୍ୟ ବିଶ୍ୱାଳଙ୍କୁ ବଦଳି କରାଯିବା...

ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ...

ଅଷ୍ଟପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ, ରେମୁଣା ପୋଲିସର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୩।୧୦: ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ଅଷ୍ଟପୁର ଅଞ୍ଚଳରେ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଘରର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା...

କେନ୍ଦୁଝର ସଦରଥାନା ଅଞ୍ଚଳରେ ଟ୍ରକ୍‌-ହାଇଓ୍ବା ଦୁର୍ଘଟଣା: ଜଣେ ମୃତ

କେନ୍ଦୁଝର:୬।୭ (ସ୍ବ.ପ୍ର.): କେନ୍ଦୁଝର ସଦରଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ଛକ ନିକଟରେ ଶନିବାର ସକାଳ ପ୍ରାୟ ୬ଟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ ବୋଝେଇ...

ତ୍ରିପାକ୍ଷିକ ଆଲୋଚନା ପରେ ସଫେଇ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୩୦।୭-ବାଲେଶ୍ୱର ପୌର ଠିକା ସଫେଇ କର୍ମଚାରୀମାନଙ୍କର ଗତ ୨୫ତାରିଖଠାରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ଚାଲିଥିବା...

୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ...

Leave a comment

Your email address will not be published. Required fields are marked *