Posted inଖେଳ

କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍‌ସିଏ

ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିବ। ଏମ୍‌ସିଏ ସମ୍ପାଦକ ସଞ୍ଜୟ ନାଏକ ଏ ନେଇ ସୂଚନା ଦେଇଛନ୍ତି। ଗୁରୁବାର ଏମ୍‌ସିଏ ଆପେକ୍ସ କାଉନସିଲର ବୈଠକ ବସିଥିଲା। ଅର୍ଥ ଦାନ ନେଇ ଏହି ବୈଠକରେ ଆସୋସିଏଶନ ଅଧ୍ୟକ୍ଷ ଓ ସମ୍ପାଦକଙ୍କୁ ଅଧିକାର ପ୍ରଦାନ କରାଯାଇଥିଲା ବୋଲି ନାଏକ କହିଛନ୍ତି। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ।
ଯଦି ସରକାର ଆବଶ୍ୟକ କରନ୍ତି ତାହେଲେ କ୍ୱାରେଣ୍ଟାଇନ୍‌ ପାଇଁ ଓ୍ବାଙ୍ଖଡେ ଷ୍ଟାଡିୟମକୁ ପ୍ରସ୍ତୁତ କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଏମସିଏ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ମହାରାଷ୍ଟ୍ର ଦେଶର ସବୁଠାରୁ କୋଭିଡ-୧୯ ପ୍ରଭାବିତ ରାଜ୍ୟ ଭାବେ ପରିଗଣିତ ହେଉଛି।


All Right Reserved By Dharitri.Com

Posted inଖେଳ View All

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ...

ଆଇପିଏଲ୍‌: ରାତି ମ୍ୟାଚ୍‌ ଟାଇମିଂ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍‌...

ସାକ୍ଷୀ ଏହି ନାଁରେ ଡାକିବାରୁ ଲାଜେଇଗଲେ ଧୋନୀ

କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କେତେବେଳେ ତାଙ୍କୁ ଝିଅ...

ଏସିଆ କପ୍‌ରୁ ଭାରତ ଓହରିଲେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍‌ରେ ଖେଳିବୁ ନାହିଁ: ପିସିବି

ଲାହୋର,୨୫।୧- ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ...

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

ପିଚ୍‌ ଯୋଗୁ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍‌ ବାତିଲ

ମେଲବୋର୍ନ,୮।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବାତିଲ ହୋଇଯାଇଛି। ଖରାପ ପିଚ୍‌ ଯୋଗୁ...

ଭାରତୀୟ ବ୍ୟାଡ୍‌ମିଣ୍ଟନ ମୁଖ୍ୟ ହିମନ୍ତ ବିଏସି ଉପସଭାପତି

ନୂଆଦିଲ୍ଲୀ,୨୬।୫(ପିଟି)- ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ)ର ସଭାପତି ହିମନ୍ତ ବିଶ୍ୱଶର୍ମା ବ୍ୟାଡ୍‌ମିଣ୍ଟନ ଏସିଆ କାଉନସିଲ(ବିଏସି)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୦ ବର୍ଷୀୟ କ୍ରୀଡ଼ା...

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ...

Leave a comment

Your email address will not be published. Required fields are marked *