ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା ପ୍ରଶାସନର ଜରୁରୀ ବୈଠକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ କୁକୁମୀନା ଦାସ, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାଶ, ଥାନା ଆଇଆଇସି ମାନସ କୁମାର ଦେଓ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଦେବବ୍ରତ ଜେନା ପ୍ରମୁଖ ମିଳିତ ହୋଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପଦକ୍ଷେପ ସ୍ବରୂପ ଅତ୍ୟାବଶ୍ୟକ ବିଭିନ୍ନ ଦୋକାନ କେବଳ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସାମଗ୍ରୀ କିଣିବା ସମୟରେ ୧ ମିଟର ଦୂରତା ଅବଲମ୍ବନ କରିବେ । ତେଜରାତି ଦୋକାନଗୁଡ଼ିିକ ପୂର୍ବଭଳି ଖୋଲା ରହିବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


All Right Reserved By Dharitri.Com

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

ଖୋର୍ଦ୍ଧାରୋଡ଼ ଷ୍ଟେଶନରେ ମେମୁର ଗୋଟିଏ ବଗି ଲାଇନଚ୍ୟୁତ

ଜଟଣୀ,୨୬ା୧୧(ଡି.ଏନ.ଏ): ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ସୋମବାର ସନ୍ଧ୍ୟାରେ ମେମୁ ଟ୍ରେନ୍‌ର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ଏହା ଘଟିଛି। ଷ୍ଟେଶନର ସିକ୍‌...

ମାନ୍ଦାବସ୍ଥା ସତ୍ତ୍ୱେ ନିୟନ୍ତ୍ରଣରେ ଦରଦାମ

ଫୁଲବାଣୀ ଅଫିସ, ୨୮ା୯-ଜିଲା ଭାଜପା ପକ୍ଷରୁ ଅର୍ଥନୀତି ମାନ୍ଦାବସ୍ଥା ଉପରେ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା ପ୍ରବକ୍ତା...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା...

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ...

ଅଭିଯୋଗକାରୀଙ୍କୁ ମାଡମାରି ଜେଲ ଗଲେ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷଙ୍କ ପୁତରା ବି ଗିରଫ

ନୂଆପଡା ଅଫିସ/ଖଡିଆଳ,୨ା୧- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ମାଡପିଟ କରିବା ସହ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ...

ବିଦ୍ୟୁତ୍‌ ନେଲା ୬ ଜୀବନ

ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦମ୍ପତି ମୃତ ଲୋଇସିଂହା,୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି...

ବରିଷ୍ଠ ନାଗରିକମାନେ ସମାଜର ପଥ ପ୍ରଦର୍ଶକ

ଟିଟିଲାଗଡ଼,୧୦।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘବର୍ଷ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ହାସଲ କରିଛି। ବିଧାୟିକା ଟୁକୁନୀ ସାହୁ...

Leave a comment

Your email address will not be published. Required fields are marked *