ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବେ। ଅଭିଲେଖାଗାର ମାଧ୍ୟମରେ ରାଜ୍ୟ ତଥା ଦେଶର ଇତିହାସ, ନଥିପତ୍ର ଓ ପୁରାତନ ଦସ୍ତାବିଜ୍‌ ଆଦି ସମ୍ପର୍କରେ ଜାଣିପାରିବେ। ଭୁବନେଶ୍ୱରରେ ଥିବା ରାଜ୍ୟ ଅଭିଲେଖାଗାରର ଶାଖା ଅଭିଲେଖାଗାର ଭାବେ ଓଡ଼ିଶାର ବିଭିନ୍ନ ଜିଲାରେ ଏହା ପ୍ରତିଷ୍ଠା ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶାଖା ଅଭିଲେଖାଗାର ପ୍ରତିଷ୍ଠା ସାଙ୍ଗକୁ ଜିଲାସ୍ତରରୁ ନଥିପତ୍ର ସଂଗ୍ରହ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟ ଅଭିଲେଖ ଦିବସ ଅବସରରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ବ୍ଲକସ୍ତରରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ତ୍ୱରିତ ପ୍ରକ୍ରିୟା ମାଧ୍ୟମରେ ଦଲିଲ ଦସ୍ତାବିଜ୍‌ ସଂଗ୍ରହ ଉପରେ ଏଣିକି ଗୁରୁତ୍ୱ ଦିଆଯିବ। ଅଭିଲେଖାଗାରର ଉନ୍ନତ ରୂପରେଖ ନିମନ୍ତେ ବୈଷୟିକ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପ୍ରାଥମିକତା ଦିଆଯିବ। ଏହାସହିତ ଅଭିଲେଖାଗାର କର୍ମଚାରୀମାନଙ୍କର ଦକ୍ଷତା ଏବଂ ପାରଦର୍ଶିତାର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ହେବା ବାଞ୍ଛନୀୟ ବୋଲି ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନ ନିମନ୍ତେ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ସଭାରେ ଅଧ୍ୟକ୍ଷତା କରି ଶାଖା ଅଭିଲେଖାଗାର ପ୍ରତିଷ୍ଠା ଓ ନଥିପତ୍ର ସଂଗ୍ରହ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। ଚଳିତବର୍ଷର ପ୍ରସଙ୍ଗ ‘ଏକବିଂଶ ଶତାବ୍ଦୀରେ ଅଭିଲେଖାଗାରର ରୂପରେଖ’ ଉପରେ ବିଶିଷ୍ଟ ପ୍ରଯୁକ୍ତି ବିଜ୍ଞାନୀ ପ୍ରଫେସର ସଂଘମିତ୍ରା ମହାନ୍ତି ଅଭିଲେଖାଗାରର ସାମଗ୍ରିକ ଅଭିବୃଦ୍ଧି ଏବଂ ଜନସାଧାରଣଙ୍କ ସହିତ ଏହାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ଓଡ଼ିଆ ଚଳଚ୍ଚିତ୍ର ଗ୍ରାମଫୋନ ରେକର୍ଡର ପ୍ରଚ୍ଛଦ ଆଧାରିତ ପ୍ରଦର୍ଶନୀକୁ ମନ୍ତ୍ରୀ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ଚଳିତବର୍ଷ ଅଷ୍ଟ୍ରେଲିଆର ଏଡ୍‌ଲେଡ୍‌ରେ ଆନ୍ତର୍ଜାତିକ ଅଭିଲେଖ ମହାସଂଘ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ପ୍ରାମାଣିକ ଦସ୍ତାବିଜ୍‌ର ଡିଜିଟାଇଜେସନ, ସାମଗ୍ରୀ ସଂଗ୍ରହ ଅଭ୍ୟାସ, ଅଭିଲେଖାଗାରର ରୂପରେଖ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି।


All Right Reserved By Dharitri.Com

ଗୁଜବ ଉପରେ ଧ୍ୟାନ ନ ଦେବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୧୪ା୩(ଡି.ଏନ.ଏ.) କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଗଞ୍ଜାମ ଜିଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି ା ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରରେ...

ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି।...

ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା...

ଶ୍ରୀଲିଙ୍ଗରାଜଙ୍କ ନାମଫଳକ ଫିଙ୍ଗି ନିର୍ମାଣ କଲେ ଘର

ପୁରୁଣା ଭୁବନେଶ୍ୱର,୨୬ା୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନା ଲିଖିତ ଫଳକ ଫିଙ୍ଗି ଦେଇ ସେହି ସ୍ଥାନରେ ବେଆଇନ ଭାବେ ଗୃହ ନିର୍ମାଣ କାମ ଜୋରସୋର ଚାଲିଛି।...

ବୌଦ୍ଧ ପୁସ୍ତକମେଳା ଉଦ୍‌ଯାପିତ:ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ପୁସ୍ତକମେଳା ଗୁରୁତ୍ୱପୂର୍ଣ୍ଣ

ବୌଦ୍ଧ, ୧୧ା୧୨(ସ୍ବ.ପ୍ର):ବୌଦ୍ଧ ଜିଲା ସଦର ମହକୁମା କଚେରି ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ସୋମବାର ସନ୍ଧ୍ୟାରେ...

ସଟର କାଟି ଲୁଗା ଦୋକାନରୁ ଲୁଟ

ଯାଜପୁର ଟାଉନ,୧୭।୧୦(ଡି.ଏନ୍‌.ଏ.): ସଟର କାଟି ଲୁଗା ଦୋକାନରୁ ଲୁଟ ହୋଇଛି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ଗାଁ ର ମା’ ଲଷ୍ମୀ ଟେକ୍ସଟାଇଲ ଦୋକାନରୁ...

ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା...

୨ରୁ ୪ ଆଭ୍ୟନ୍ତରୀଣ, ୭ରୁ ଉପକୂଳରେ ବର୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ) : ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଗୁଜରାଟ ଉପରେ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ ତାରିଖରେ ଓଡ଼ିଶା ଆଡକୁ ଆସିବା ସମ୍ଭାବନା ରହିଛି।...

Leave a comment

Your email address will not be published. Required fields are marked *