ସାମାଜିକ ଦୂରତା ରକ୍ଷା କରୁଛନ୍ତି ବ୍ୟବସାୟୀ

ରାଇକିଆ,୨୬।୩(ଡି.ଏନ୍‌.ଏ.)- ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ ହେବା ପରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି। କେବଳ ନିତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି। ପ୍ରତ୍ୟେକ ଦିନ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ରାଶନ ଦୋକାନ ଏବଂ ପରିବା ଦୋକାନ ଖୋଲା ରହୁଛି। ସେଠାରେ ଭିଡ଼ ନିୟନ୍ତ୍ରଣ ଓ ସାମାଜିକ ଦୂରତା ଯେପରି ରକ୍ଷା ହୋଇପାରିବ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ସମ୍ମୁଖରେ ବୃତ୍ତ କିମ୍ବା ବର୍ଗ ଚିହ୍ନ କରାଯାଇଛି। ସେଥିମଧ୍ୟରେ ଗ୍ରାହକ ଅପେକ୍ଷା କରିବେ। ଅନ୍ୟ ପକ୍ଷରେ କଳାବଜାର ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏନେଇ ରାଇକିଆ ବଣିକ ସଂଘ ତରଫରୁ ସ୍ବତନ୍ତ୍ର ନିଷ୍ପତ୍ତି ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୁବିଧାରେ ଲୋକେ ପାଇ ପାରିବେ ସେ ନେଇ ସଂଘ ତରଫରୁ ବୁଧବାର ରାଇକିଆ ଥାନା ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ରାଇକିଆ ବଣିକ ସଂଘ ସମ୍ପାଦକ ବିଜୟ ପଣ୍ଡା କହିଛନ୍ତି।


All Right Reserved By Dharitri.Com

ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ ଅଭିଯୋଗ: ୨ ଯୁବକ ଗିରଫ

ତିହିଡ଼ି, ୨୬।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କେତେକ ଅଞ୍ଚଳର ଯୁବତୀ ଏବଂ ମହିଳାଙ୍କୁ ପଞ୍ଚାୟତସ୍ତରରେ ଚାକିରି କରାଇଦେବା ନଁାରେ ଟଙ୍କା...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ...

କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ

ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ...

୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ,୭।୨: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ବାଲେଶ୍ୱର ଲୋକ ସଭା ନିର୍ବାଚନ ମାମଲାରେ ତାଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି।...

ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଜରିମାନା

ଭଦ୍ରକ ଅଫିସ,୧୭।୧୦: ଏଣିକି ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଭଦ୍ରକ ପୌରପାଳିକା ପକ୍ଷରୁ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।...

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା...

Leave a comment

Your email address will not be published. Required fields are marked *