ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ଦୂରଦୂରାନ୍ତରୁ ଆସିଥିବା ଶ୍ରମିକଙ୍କ ସମସ୍ୟା ବଢ଼ିଯାଇଛି। ଗାଡିମଟର ଚାଲୁ ନ ଥିବା ବେଳେ ହାତରେ ଟଙ୍କା ନାହିଁ ଯିବାକୁ। ଏଭଳି ସ୍ଥିତିରେ ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ପ୍ରାୟ ୪୯୦ କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ। ଅହମଦାବାଦରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବାରୁ ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର ଦିନ ମଜୁରିଆ ଓ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହୋଇ ଚାଲିକି ଯିବାକୁ ପଡ଼ୁଛି। ସେମାନଙ୍କ କୌଣସି ସୁବିଧା କରାଯାଇ ନ ଥିବା ବେଳେ ସାବରକାଣ୍ଠାଠାରେ ସ୍ଥାନୀୟ ଏସ୍‌ପି ସୋମନଙ୍କୁ ଖାଦ୍ୟ ଖୁଆଇବା ସହ ବିସ୍କୁଟ ଓ ପିଇବା ପାଣି ଯୋଗାଇ ଦେଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ଶିମ୍‌ଲା ରାଜିନାମା କ’ଣ

ନୂଆଦିଲ୍ଲୀ,୧୦ା୮: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଂଲାଦେଶ ମୁକ୍ତି ଯୁଦ୍ଧ ହୋଇଥିଲା। ଏହାର ପରିଣାମ ସ୍ବରୂପ ପୂର୍ବ ପାକିସ୍ତାନ ନାମରେ ପରିଚିତ ବାଂଲାଦେଶ ପାକିସ୍ତାନ...

ଆମ ପାଇଁ ପାକିସ୍ତାନରେ ନିର୍ବାଚନ ଜିତିବା ସହଜ ହେବ, କାହିଁକି ଏମିତି କହିଥିଲେ ଅଟଳ ବିହାରୀ ବାଜପେୟୀ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ଭାରତ ସହ କେଉଁପଟେ ରାଗ ସୁଝାଇବ ତାହା ଚିନ୍ତା କରୁଛି ପାକିସ୍ତାନ। କିନ୍ତୁ...

ଖାରଜ ହୋଇନି ଡେଥ୍‌ ଓ୍ବାରେଣ୍ଟ: ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୨।୩: ନିର୍ଭାୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ଏବେ ସେ ରାଷ୍ଟ୍ରପତିଙ୍କ ନିକଟରେ...

ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍‌ ହେଲେ ଶାହାଙ୍କ ଉପରେ କଟକଣା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍‌ଏସ୍‌): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ...

ରାଷ୍ଟ୍ରପତି ଶାସନ ଜାରି ହେଲେ ସୁପ୍ରିମକୋର୍ଟ ଯାଇପାରେ ଶିବସେନା !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ଆଲୋଚନା ହେଲାଣି। ମଙ୍ଗଳବାର ରାତି ସୁଦ୍ଧା ଯଦି କୌଣସି ଦଳ ସରକାର ଗଢିବାକୁ ଅସମର୍ଥ...

ପାଣି ଭର୍ତ୍ତି ନାଳରେ ଖସିପଡ଼ିଲା ବସ୍‌: ଗଁ।ଲୋକେ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରତଲାମ ଜିଲାର ଜ୍ୱାରା ତହସିଲର ରିଙ୍ଗନୋଦ ଥାନା ଅନ୍ତର୍ଗତ ରୋଲା ଗଁ। ନିକଟରେ ଶୁକ୍ରବାର ଏକ ଯାତ୍ରାବହୀ ବସ୍‌ ପାଣି ଭର୍ତ୍ତି ଥିବା...

ଭାଜପା ୯୨ ଆସନରେ ଆଗୁଆ; କଂଗ୍ରେସ ୪୧ ଆସନରେ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଭାଜପା ୯୨ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୪୧ରେ...

ମୁକାବିଲା ପାଇଁ ନିଆଯାଉଛି ପଦକ୍ଷେପ

ନୂଆଦିଲ୍ଲୀ,୬ା୩(ପି.ଟି.): ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସବୁ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ୨୮,୫୨୯ ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପାର୍ଲାମେଣ୍ଟର...

Leave a comment

Your email address will not be published. Required fields are marked *