Posted inଜାତୀୟ

ଏନ୍‌ବିଟିର ଷ୍ଟେହୋମ୍‌ ଇଣ୍ଡିଆ ଉଇଥ୍‌ ବୁକ୍‌ସ ଟ୍ରେଣ୍ଡ

ନୂଆଦିଲ୍ଲୀ, ୨୬।୩- ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା କରୋନା ଭାଇରସ୍‌ ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ସହ ବହୁ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ସ୍କୁଲ ପାଠ୍ୟକ୍ରମ ଶେଷ କରିବା ସକାଶେ ଏକ୍ସଟ୍ରା କ୍ଲାସର ବ୍ୟବସ୍ଥା କରାଇଥିବା ବେଳେ ଅନେକ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ କୌଣସି ବନ୍ଦୋବସ୍ତ କରିନାହାନ୍ତି। ତେବେ କ୍ୱାରାଣ୍ଟାଇନ୍‌ ସମୟ ଅତିବାହିତ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି) ଓ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ (ଏନ୍‌ବିଟି) ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଏଚ୍‌ଆର୍‌ଡି ଓ ଏନ୍‌ବିଟି ପକ୍ଷରୁ ହାସ୍‌ଟ୍ୟାଗ୍‌ ଷ୍ଟେହୋମ୍‌ ଇଣ୍ଡିଆ ଉଇଥ୍‌ ବୁକ୍‌ସ ଟ୍ରେଣ୍ଡ ଆରମ୍ଭ ହୋଇଛି, ଯେଉଁଥିରେ ପିଲାମାନେ କେତେକ ସିଲେକ୍ଟେଡ୍‌ ଓ ବେଷ୍ଟ ସେଲିଂ ବହି ସାମିଲ କରାଯାଇଛି। କ୍ୱାରାଣ୍ଟାଇନରେ ରହିଥିବା ବେଳେସ୍କେୁଲ ପିଲାମାନେ ଉକ୍ତ ବହିଗୁଡ଼ିକୁ ମାଗଣାରେ ଡାଉନ୍‌ଲୋଡ୍‌ କରି ପଢ଼ିପାରିବେ। ଏନ୍‌ବିଟି ଓ୍ବେବ୍‌ସାଇଟ୍‌ (https://nbtindia.gov.in.)ରୁ ବିନା ଦେୟରେ ବହି ଡାଉନଲୋଡ୍‌ କରିହେବ। ଏହି ସାଇଟ୍‌ରେ ଓଡ଼ିଆ, ଇଂଲିଶ୍‌, ହିନ୍ଦୀ, ବଙ୍ଗଳା, ଅସମିୟା, ଗୁଜରାଟୀ, ମାଲାୟାଲମ, ମରାଠି, ମିଜୋ, ପଞ୍ଜାବୀ, ତାମିଲ, ଉର୍ଦ୍ଦୁ, କନ୍ନଡ ଆଦି ଭାଷାରେ ଲେଖାଯାଇଥିବା ବହି ଉପଲବ୍ଧ ହେବ।


All Right Reserved By Dharitri.Com

ବଦଳିବ ଆଗ୍ରାର ନାମ

ଲକ୍ଷ୍ନୌ,୧୮।୧୧: ଆହ୍ଲାବାଦ, ବନାରସ ଓ ଫୈଜାବାଦ ପରେ ଏବେ ଆଗ୍ରାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଚଳାଇଛନ୍ତି।...

ପଶ୍ଚିମବଙ୍ଗ ଉପନିର୍ବାଚନ:ଟିଏମ୍‌ସି ୩ ଆସନ ପୋଛିନେଲା

କୋଲକାତା, ୨୯।୧୧:ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବାଜିମାରିଛି। ସମସ୍ତ ୩ ଆସନରେ ଟିଏମ୍‌ସିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କାଳିଆଗଞ୍ଜରେ...

କେଜରିଓ୍ବାଲଙ୍କ ଅଭିଯୋଗର ଉତ୍ତର ରଖିଲେ ପାଶଓ୍ବାନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ପାନୀୟ ଜଳ ବିଶୁଦ୍ଧ ନୁହେଁ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ନିକଟରେ ଏକ ରିପୋର୍ଟ ପ୍ରଦାନ କହିଥିଲେ। ଯେଉଁଥିରେ ବିଶ୍ୱରେ...

ତଥ୍ୟ ଦେଉନାହିଁ ତିହାର ଜେଲ୍‌, କୋର୍ଟ ଗଲେ ଦୋଷୀ

ନୂଆଦିଲ୍ଲୀ,୨୫ା୧: ନିର୍ଭୟା ବଳାତ୍କାର, ହତ୍ୟା ମାମଲାର ଅନ୍ୟ ୨ ଦୋଷୀ ଅକ୍ଷୟ କୁମାର ସିଂ ଓ ପଓ୍ବନ ସିଂଙ୍କ ଓକିଲ ଏ.ପି. ସିଂ ତିହାର ଜେଲ୍‌...

କେଉଁଦିନ ପାଳନ କରାଯାଏ ଛୋଟ ଦୀପାବଳି

ଦୀପାବଳି ପାଳନର ମହତ୍ୱ ଯେପରି ରହିଛି ଠିକ୍‌ ସେହିପରି ଏହା ପୂର୍ବଦିନର ପର୍ବ ଗୁଡିକର ମହତ୍ୱ ମଧ୍ୟ ରହିଛି। ଯେମିତି ଧନତେରାସ୍‌ ସେମିତି ଛୋଟ ଦୀପାବଳି।...

ପୁଣି ଜମ୍ମୁ-କଶ୍ମୀରରେ ଗସ୍ତରେ ଗଲେ ଅଜିତ ଡୋଭାଲ

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ...

କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା

ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ବିଧାନସଭା ନିର୍ବାଚନ ପୂର୍ବରୁ ହାର ମାନି ବିଦେଶ ଗସ୍ତରେ ଯାଇଛନ୍ତି ରାହୁଲ: ଭାଜପା

ନୂଆଦିଲ୍ଲୀ,୭।୧୦: ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି। ରାହୁଲ...

Leave a comment

Your email address will not be published. Required fields are marked *