Posted inଖେଳ

ତେଲେଙ୍ଗନା, ଆନ୍ଧ୍ରକୁ ସିନ୍ଧୁଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୬।୩(ପି.ଟି.)- କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଅଲିମ୍ପିକ୍ସ ପଦକ ବଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଏ ନେଇ ସିନ୍ଧୁ ନିଜ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରି ଜଣାଇଛନ୍ତି। ଉଲ୍ଲେଖଥାଉ କି, ତେଲେଙ୍ଗନା ୨୦୧୪ରେ ଆନ୍ଧ୍ରଠାରୁ ଅଲଗା ହୋଇ ନୂଆ ରାଜ୍ୟର ମାନ୍ୟତା ପାଇଥିଲା।
କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧,୦୦୦ ଲୋକ ପ୍ରାଣ ହରାଛନ୍ତି ଓ ୪,୦୦,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ୬୦୦ ପାର କରିସାରିଲାଣି ଓ ଏପର୍ଯ୍ୟନ୍ତ ୧୩ଜଣ ଲୋକ ପ୍ରାଣ ହରାଇଲେଣି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶରେ କେନ୍ଦ୍ର ସରକାର ଲକ୍‌ ଡାଉନ ଘୋଷଣା କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ସବୁପ୍ରକାର କ୍ରୀଡ଼ା ଆୟୋଜନକକୁ ସ୍ଥଗିତ କରାଯାଇଛି। ଅଲିମ୍ପିକ୍ସ, ୟୁରୋ ଚାମ୍ପିୟନଶିପ ୨୦୨୦ ସମେତ ଏକାଧିକ ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।
୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ନିଜ ର଼୍ୟାଙ୍କିଙ୍ଗ ବଳରେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଇତିମଧ୍ୟରେ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପ୍ରସାଶନିକ ସଂସ୍ଥା ବିଡବ୍ଲ୍ୟୁଏଫ୍‌ ମାର୍ଚ୍ଚ ୧୬ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ସବୁ ପ୍ରକାର ଟୁର୍ନାମେଣ୍ଟକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖିଛି କିମ୍ବା ବାତିଲ କରିଛି। ଏଥିମଧ୍ୟରେ ୩ଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ସାମିଲ ରହିଛି।


All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି।...

କୋହଲିଙ୍କ ମ୍ୟାଥ୍‌ ଘର ଶୂନ

ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା...

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ...

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ ଏବେ ବି ଚୁଲିରେ ରୋଷେଇ କରୁଛନ୍ତି, ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଭାରତୀୟ କ୍ରିକେଟରଙ୍କୁ କୋଟି କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ। ଆଇପିଏଲ ଆରମ୍ଭ ହେବା ପରଠାରୁ ଖେଳାଳିମାନେ ଆଗ ଅପେକ୍ଷା ଆହୁରି ଅଧିକ ରୋଜଗାର କରୁଛନ୍ତି।...

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ୨ ବ୍ରୋଞ୍ଜ ପଦକ

ଡେନ୍‌ ବୋସକ୍‌ (ନେଦରଲାଣ୍ଡ୍ସ),୧୬।୬ (ପି.ଟି.)-ଜ୍ୟୋତି ସୁରେଖା ଭେନମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍‌ ମହିଳା କମ୍ପାଉଣ୍ଡ ବିଭାଗରେ ଭାରତ ଦୁଇଟି...

ଡେଭିସ୍‌ କପ୍‌ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ: ଆଇଟିଏଫ୍‌ ନିଷ୍ପତ୍ତିକୁ ପାକିସ୍ତାନର ଚ୍ୟାଲେଞ୍ଜ୍‌

କରାଚି,୧୧।୧୧(ପି.ଟି.)- ଭାରତ ବିପକ୍ଷ ଡେଭିସ କପ୍‌ ଟାଇ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଚ୍ୟାଲେଞ୍ଜ୍‌ କରିଛି। ଡେଭିସ୍‌ କପ୍‌ ପ୍ରଥମେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଆୟୋଜନ...

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ମାଥ୍ୟୁସ ଫେରିଲେ

କଲମ୍ବୋ, ୧।୧ (ପି.ଟି.): ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୬...

Leave a comment

Your email address will not be published. Required fields are marked *