ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ ଚେକିଂ ହେଉଥିବାରୁ ଦୁର୍ବୃତ୍ତମାନେ କାର ବୁଲାଇ ଫେରିବା ସମୟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ ସେମାନେ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଘଟଣାରେ ରବିବାର ପୋଲିସକୁ ଏକ ସିସିଟିଭି ଫୁଟେଜ ମିଳିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା କୁହାଯାଉଛି। ସେମାନେ କାହିଁକି ଏବଂ କାହା ଇଙ୍ଗିତରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରିଥିଲେ, ଅଭିଯୁକ୍ତମାନେ ଗିରଫ ହେବା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ କହିଛି। ଚିହ୍ନଟ କରାଯାଇଥିବା ଅଭିଯୁକ୍ତମାନଙ୍କ ଫୁଟେଜକୁ ପୋଲିସ ବ୍ୟବସାୟୀ ଶିବସୁନ୍ଦର ଓ ତାଙ୍କ ସ୍ତ୍ରୀଙ୍କୁ ଦେଖାଇଥିଲେ। ସେମାନେ ଫୁଟେଜରେ ଦେଖାଯାଉଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଥିବା କହିଛନ୍ତି। ଅଭିଯୁକ୍ତମାନେ ଛାଡ଼ିଯାଇଥିବା କାରର ନମ୍ବର ପ୍ଲେଟ୍‌ ନକଲି ଥିବା ମଧ୍ୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ କାରକୁ ଚୋରି କରି ଆଣି ଅପହରଣରେ ବ୍ୟବହାର କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ଟିମ୍‌ ଏବଂ ନୟାପଲ୍ଲୀ ପୋଲିସ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଭୁବନେଶ୍ୱର ପାର୍‌ ହୋଇଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପୋଲିସ ଭୁବନେଶ୍ୱର ବାହାରକୁ ଯାଇ ଚଢ଼ାଉ କରୁଥିବା ଜଣାପଡ଼ିଛି।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଘର ଆଗରେ ଥିବା ଏକ ବରଗଛ ମୂଳରେ କାର(ଓଡି-୦୨ଏୟୁ-୪୩୩୪)କୁ ପାର୍କିଂ କରି ଶ୍ୟାମସୁନ୍ଦର ଏସି ଲଗାଇ ଶୋଇଥିଲେ। ରାତି ପ୍ରାୟ ୪ଟାରେ ଏକ ଇନୋଭା ଗାଡ଼ି(ଓଡି-୦୫-୮୦୦୭) ସେଠାରେ ଲାଗିଥିଲା। କାରରୁ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ସମସ୍ତେ ମୁହଁରେ କପଡ଼ା ବାନ୍ଧିଥିବା ଶିବସୁନ୍ଦର କହିଛନ୍ତି। ଏହାପରେ ସେମାନେ ଶିବସୁନ୍ଦର ଶୋଇଥିବା କାରର କାଚ ବାଡ଼େଇଥିଲେ। ସେ କାର କାଚ ଖୋଲିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏହାପରେ ବ୍ୟବସାୟୀଙ୍କ କାରରେ ୪ଜଣ ଜୋରଜବରଦସ୍ତି ବସିଥିଲେ। ଜଣେ କାର ଚଲାଇଥିବା ବେଳେ ଆଉ ଜଣେ ଶିବସୁନ୍ଦରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାରର ବସାଇ ଅପହରଣ ଉଦ୍ୟମ କରିଥିଲେ।


All Right Reserved By Dharitri.Com

ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ : ଡିଜିପି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା...

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି...

ବିଲଡରଙ୍କଠାରୁ ୨ କୋଟି ଠକେଇ : ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଜମି କରାଇଦେବାକୁ କହି ଜଣେ ବିଲଡରଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଅଭିଯୁକ୍ତଙ୍କୁ ଗୁରୁବାର ଶହୀଦନଗର ପୋଲିସ ଗିରଫ କରି...

ବଢ଼ିଲା ରାସନକାର୍ଡ- ଆଧାର ଲିଙ୍କ୍‌ ଅବଧି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅଗଷ୍ଟ ୩୧କୁ ରାସନକାର୍ଡ- ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଶନିବାର ଏହାର ସଂଯୋଗ ଅବଧିକୁ ସରକାର ବଢ଼ାଇ ଦେଇଛନ୍ତି।...

ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ...

ବଢ଼ୁଛି ହୀରାକୁଦ ଜଳସ୍ତର

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ...

ରାଜ୍ୟରୁ ଉଭେଇଲାଣି ଝୋଟ: ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡୁଛନ୍ତି ଚାଷୀ

ଭୁବନେଶ୍ୱର,୨୫।୮: ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା। ବିଶେଷକରି ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ...

ବିଧାୟକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୩ା୨(ବ୍ୟୁରୋ)- ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନୀଳିମା ପ୍ରଧାନଙ୍କ ରବିବାର ପରଲୋକ ହୋଇଛି। କିଛିଦିନ ତଳେ କାନରେ ସେ ଯନ୍ତ୍ରଣା ଅନୁଭବ...

Leave a comment

Your email address will not be published. Required fields are marked *