କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଦୈନଦିନ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ବହୁ ବ୍ୟବସାୟିକ ସଂସ୍ଥା, ଶପିଂ ମଲ୍‌ ଆଦିର କାରବାରରେ ବାଧା ଉପୁଜିଛି। ଏପରିସ୍ଥଳେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜୋମାଟୋ ପକ୍ଷରୁ ଏହାର କର୍ମଚାରୀଙ୍କ ଦରମା କାଟ୍‌ କରାଯାଇଛି। କାରବାର ଆଶା ଜନକ ନ ଥିବାରୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜୋମାଟୋ ସିଇଓ ଦିପିନ୍ଦର ଗୋଏଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଭଳି ସଙ୍କଟ ଜନକ ସ୍ଥିତିର ମୁକାବିଲା ଲାଗି କମ୍ପାନୀ ପକ୍ଷରୁ କେତେକ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିବା ସେ କହିଛନ୍ତି।


All Right Reserved By Dharitri.Com

ସ୍ମାର୍ଟ ମୋବିଲିଟିକୁ ହ୍ୟୁଣ୍ଡାଇର ପ୍ରୋତ୍ସାହନ

ଭୁବନେଶ୍ୱର,୧୫-୫: ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ସ୍ମାର୍ଟମୋବିଲିଟିକୁ ପ୍ରୋତ୍ସାହନ ସ୍ବରୂପ ନୂଆ କର୍ପୋରେଟ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଏହା ‘ଓ୍ବାନ୍ସ ଅପନ ଏ ଟାଇମ୍‌ ହ୍ୟୁଣ୍ଡାଇ ଏ...

ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍‌;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି

ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ମୁଡ଼୍‌ ବିଗିଡିଯାଇଛି।...

ମାସ୍କ, ସାନିଟାଇଜର ଉପଲବ୍ଧତା ନିଶ୍ଚିତ କର: ଏନ୍‌ପିପିଏ

ନୂଆଦିଲ୍ଲୀ,୩୦। ୩: ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଉପଲବ୍ଧତା ନିଶ୍ଚିତ କରାଇବା ଲାଗି ନ୍ୟାଶନାଲ ଫାର୍ମାସିଟିକାଲ ଅଥରିଟି (ଏନ୍‌ପିପିଏ) ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ...

ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧି ରୋକିଲା;ଜୁନ୍‌ ତ୍ରୈମାସରେ ବିକାଶ ହାର ୫%

ନୂଆଦିଲ୍ଲୀ,୩୧-୮: ମାନ୍ଦାବସ୍ଥା କାରଣରୁ ଦେଶର ଆର୍ଥିକ ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ କମିଛି। ଦେଶର ବିକାଶ ହାର ଜୁନ୍‌ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୫%କୁ ହ୍ରାସ ପାଇଛି, ଯାହା କି...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ...

କଂଗ୍ରେସର ଆଉ ୨ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁର,୧୦।୭: କର୍ନାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ବୁଧବାର କଂଗ୍ରେସର ଆଉ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି।...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ...

Leave a comment

Your email address will not be published. Required fields are marked *