ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ଶ୍ରମିକ ଓ ଦିନମଜୁରିଆଙ୍କ ସମସ୍ୟା ବଢ଼ିଯାଇଛି। ତେଣୁ ଏମାନଙ୍କୁ ଦୃଷ୍ଟିରେ ରଖି ଗୁରୁବାର ଭାଜପା ପକ୍ଷରୁ ସାରା ଦେଶରେ ମହାଭୋଜ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ପାଇଁ ଦଳରୁ ୧କୋଟି କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି। ସେମାନେ ପ୍ରତିଦିନ ୫କୋଟି ଗରିବ, ଶ୍ରମିକ, ଦିନମଜୁରିଆ ଓ ଆବଶ୍ୟକ ଲୋକଙ୍କୁ ଭୋଜନ କରାଇବେ ବୋଲି ଜଣାପଡ଼ିଛି। ଏହି ଯୋଜନା ଆସନ୍ତା ୨୧ ଦିନ ଯାଏଁ ଜାରି ରହିବ। ବୁଧବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଧିକାରୀଙ୍କ ସହ ନଡ୍ଡା ଆଲୋଚନା କରି ଏହି ମହାଭୋଜ ଅଭିଯାନ ଉପରେ ନିଷ୍ପତ୍ତି ନେଇଥିଲେ।


All Right Reserved By Dharitri.Com

୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ,...

ଜମ୍ମୁ-କଶ୍ମୀର ପୋଲିସରୁ ବରଖାସ୍ତ ହେଲେ ଡିଏସ୍‌ପି ଦାବିନ୍ଦର

ଶ୍ରୀନଗର,୧୫।୧: କଶ୍ମୀର ଆତଙ୍କବାଦୀଙ୍କ ସହ ଧରାପଡ଼ିଥିବା ଡିଏସ୍‌ପି ଦାବିନ୍ଦର ସିଂହଙ୍କ ଉପରେ ବୁଧବାର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମ୍ମୁ-କଶ୍ମୀର ପୋଲିସରୁ ତାଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି।...

ସିଏଏ: ସାମ୍ବିଧାନିକ ପୀଠରେ ହେବ ବିଚାର; ୪ ସପ୍ତାହ ମଧ୍ୟରେ କେନ୍ଦ୍ରର ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍‌କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ...

ଗୋଲ୍ଡ, ସିଲ୍‌ଭର ପ୍ଲେଟେଡ୍‌ ବାସନରେ ଟ୍ରମ୍ପ ଦମ୍ପତିଙ୍କୁ ପରସା ଯିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪-୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି...

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା...

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।...

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ନିର୍ମାଣ ହେବ ଲକ୍ଷେ ୨୫ ହଜାର କିମି ରାସ୍ତା; ଖର୍ଚ୍ଚ ହେବ ୮୦ ହଜାର କୋଟି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ଦେଶର ଗ୍ରାମୀଣ ଅଞ୍ଚଳରେ ଲକ୍ଷେ ୨୫ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ...

୨୦୨୧ ନିର୍ବାଚନ: ଦିଦିଙ୍କ ରାଗ ଶାନ୍ତ କରିବାକୁ ଚେଷ୍ଟା କରିବେ ପ୍ରଶାନ୍ତ କିଶୋର

କୋଲକାତା,୧।୮: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ସଜବାଜ ହେଲାଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ...

Leave a comment

Your email address will not be published. Required fields are marked *