Posted inଖେଳ

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାମାନେ ଏକ ଦିନର ଦରମା ପ୍ରଦାନ କରିବା ନେଇ ଚେୟାରମ୍ୟାନ ଇଶାନ ମାନି କହିଛନ୍ତି। ସାଧାରଣ ସମ୍ପାଦକ କିମ୍ବା ତା’ଠାରୁ ଉଚ୍ଚ ପଦବୀଧାରୀ ଦୁଇ ଦିନର ଦରମା ଦେବେ। ଏହି ସମସ୍ତ ଅର୍ଥ ରାଶିକୁ ଏକାଠି କରି ସରକାରଙ୍କ କରୋନା ଭାଇରସ ପାଣ୍ଠିରେ ଡିପୋଜିଟ କରିବ ବୋଲି ମାନି କହିଛନ୍ତି। ପାକିସ୍ତାନରେ ୧ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କଠିନ ସମୟରେ ଆମେ ସରକାରଙ୍କ ସହ ଛିଡ଼ା ହେଉ। ଏହା କିଛି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି। ପିସିବି ପୂର୍ବରୁ କରାଚୀସ୍ଥିତ ଜାତୀୟ ଷ୍ଟାଡିୟମରେ ଥିବା ହାଇ ପରର୍ଫମାନ୍ସ ସେଣ୍ଟରକୁ ସ୍ବତନ୍ତ୍ର କରୋନା ମେଡିକାଲ ଭାବେ ବ୍ୟବହାର କରିବାକୁ ପାରାମେଡିକାଲ ଷ୍ଟାଫଙ୍କୁ ପ୍ରଦାନ କରିସାରିଛି। ପାକିସ୍ତାନ କେନ୍ଦ୍ରୀୟ ଚୁକ୍ତରେ ସାମିଲ ଥିବା ଖେଳାଳିମାନେ ମ୍ୟାଚ୍‌ ଫି ଓ ଅନ୍ୟ ଆୟ ଛଡ଼ା ମାସକୁ ୫ରୁ ୧୨ ଲକ୍ଷ ଟଙ୍କା ପାଆନ୍ତି।


All Right Reserved By Dharitri.Com

Posted inଖେଳ View All

ଭାରତୀୟ ଭିନ୍ନକ୍ଷମ ଦଳକୁ ବିସିସିଆଇ ପୁରସ୍କାର

ମୁମ୍ବାଇ,୫।୩ (ପି.ଟି.)- ଭାରତୀୟ ଭିନ୍ନକ୍ଷମ ଦଳକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରସ୍କୃତ କରିଛି। ଗତବର୍ଷ ଓ୍ବାଲର୍‌ଡ ସିରିଜ ଜିତିଥିବାର ଏହି ଦଳକୁ ବୋର୍ଡ...

ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍‌ ଚାମ୍ପିୟନ୍‌

ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ...

ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୬।୩- ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ଜରି ପରେ ଫିଟ୍‌ ହୋଇ ପଡ଼ିଆକୁ ଫେରିବାପରଠାରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ଡି.ଓ୍ବାଇ. ପାଟିଲ ଟୁର୍ନାମେଣ୍ଟର...

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ...

୧୯ ବର୍ଷରୁ କମ୍‌ ଏସିଆ କପ୍‌: ଭାରତ-ବାଂଲାଦେଶ ଫାଇନାଲ

କଲମ୍ବୋ, ୧୨।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଭାରତ ଓ ବାଂଲାଦେଶ ପରସ୍ପରକୁ...

ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ ଫେଡରର

ପ୍ୟାରିସ,୨୦।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ। କେବଳ ଫ୍ରେଞ୍ଚ ଓପନ ନୁହେଁ ସିଜନର ପ୍ରାୟ...

ଫିଫା ର଼୍ୟାଙ୍କିଙ୍ଗ୍‌: ଭାରତ ସ୍ଥିର

ନୂଆଦିଲ୍ଲୀ,୧୯।୧୨(ପି.ଟି.)-ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଫୁଟବଲ ଦଳ ବର୍ଷ ଶେଷରେ ୧୦୮ତମ ସ୍ଥାନରେ ପୂର୍ବପରି ସ୍ଥିର ରହିଛି। ତେବେ ଗତ ଗୋଟିଏ ବର୍ଷରେ...

ଦିନିକିଆ ସିରିଜ କବ୍‌ଜା କଲା ଓ୍ବେଷ୍ଟଇଣ୍ଡିଜ

ଲକ୍ଷ୍ନୌ, ୧୦।୧୧- ଆଫଗାନିସ୍ତାନ ବିପକ୍ଷରେ ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୪୭ ରନରେ ବିଜୟ ଲାଭ କରିଛି। ଏଥିସହିତ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ...

Leave a comment

Your email address will not be published. Required fields are marked *