ଇନ୍‌ଷ୍ଟାଗ୍ରାମରୁ ଫଟୋ ଡିଲିଟ୍‌ କଲେ କନିକା କପୁର

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣିବାକୁ ମିଳିଥିଲା। ସେ ଲଣ୍ଡନରୁ ଫେରି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏକଥା ନିଜେ କନିକା ଟ୍ବିଟ୍‌ କରି ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ। ଏବେ କନିକାଙ୍କୁ ନେଇ ପୁଣି ଚର୍ଚ୍ଚା ହେଉଛି। କାରଣ କନିକା ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋଟିକୁ ଡିଲିଟ୍‌ କରିଦେଇଛନ୍ତି। ଯେଉଁଥିରେ ସେ କରୋନା ପଜିଟିଭ୍‌ ସମ୍ପର୍କିତ ଖବର ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଥିଲେ। ସେ ଏଥିରେ ଲେଖିଥିଲେ, ତାଙ୍କଠାରେ ଫ୍ଲୁ’ର ଲକ୍ଷଣ ଦେଖାଦେଇଥିଲା। ଏହାର ପରକ୍ଷା କରିବାରୁ ଜଣାପଡ଼ିଥିଲା ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ମୁଁ ଠିକ୍‌ ଅଛି। ବ୍ୟସ୍ତ ହେଲେ ପରିସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଲେଖିଥିଲେ। କିନ୍ତୁ କନିକା ଏହି ଫଟୋଟିକୁ ଏବେ ଇନ୍‌ଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି। ତେବେ ସେ କାହିଁକି ଏମିତି କଲେ ସେ ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।


All Right Reserved By Dharitri.Com

ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌...

ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୩ଟି ଭାଗରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ପ୍ରଥମ ଭାଗ...

‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌...

ଆଉ ଜଣେ ନୂଆ ନିର୍ଦ୍ଦେଶକ

ଓଡ଼ିଆ ଯାତ୍ରା ଜଗତକୁ ଆଉ ଜଣେ ନୂଆ ନିର୍ଦ୍ଦେଶକଙ୍କ ପ୍ରବେଶ ଘଟିଛି। ସେ ହେଉଛନ୍ତି ଶିଶିର ମହାନ୍ତି। ‘ଧଉଳି ଗଣନାଟ୍ୟ’ ଦ୍ୱାରା ପ୍ରସ୍ତୁତ ତଥା ନୀହାର...

ଯାତ୍ରା ଜଗତର ସୁକଣ୍ଠି ଗାୟିକା

ଆସନ୍ତାକାଲିକୁ ଦେଖିଛି କିଏ? ତେବେ ସମସ୍ତେ ସବୁବେଳେ ନିଜକୁ ପ୍ରସ୍ତୁତ କରୁଥାନ୍ତି ସେହି ଆସନ୍ତାକାଲିକୁ ସାମ୍ନା କରିବା ପାଇଁ। ଠିକ୍‌ ଯେମିତି ଓଡ଼ିଆ ଯାତ୍ରା ଜଗତର...

କାହାକୁ ଡରନ୍ତି ପରିଣିତି

ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା...

ଆଲିଆଙ୍କ ପରେ ଜ୍ୟାକ୍‌ଲିନ୍‌ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ୍‌

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘Aliabe’ ଲଞ୍ଚ କରିଥିଲେ। ଏବେ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି।...

ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ଡେରାଡୁନ,୨୨।୩: ଉତ୍ତରାଖଣ୍ଡରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଲାଗୁ ହେବ ବୋଲି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ। ଏହି ସମୟରେ...

Leave a comment

Your email address will not be published. Required fields are marked *