ଘଡ଼ି ଭାଙ୍ଗି ଟଙ୍କା ଦାନକଲେ ଭାଇଭଉଣୀ

ଜୟପୁର: ଘଡ଼ିରେ ଟଙ୍କା ସଞ୍ଚୟ କରିବା ପିଲାମାନଙ୍କ ଏକ ସଉକ ହୋଇଥାଏ। ଏହି ସଞ୍ଚୟ ଅର୍ଥକୁ ନେଇ ସେମାନେ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏବେ ଲକ୍‌ଡାଉନ ପାଇଁ ଏହି ଅର୍ଥକୁ ବି ପିଲାମାନେ ଦେବାକୁ ପଛାଉ ନାହାନ୍ତି। ଏମିତି ଏକ କାମ କରି ଉଦାହରଣ ସାଜିଛନ୍ତି ରାଜସ୍ଥାନ ଜୟପୁରର ଚୁରୁରେ ଥିବା ଦୁଇ ଭାଇଭଉଣୀ। ଏମାନେ ହେଉଛନ୍ତି ତୃପ୍ତା ପୁରୋହିତ ଏବଂ ଚିରାଗ ପୁରୋହିତ। ଏହି ଦୁଇ ଭାଇଭଉଣୀ ଅନେକ ଦିନ ଧରି ନିଜ ଘଡ଼ିରେ ସଞ୍ଚୟ କରି ରଖିଥିବା ସମସ୍ତ ଟଙ୍କାକୁ ସ୍ଥାନୀୟ ପ୍ରଶାସନକୁ ଦେଇଛନ୍ତି। ଏଥିପାଇଁ ସେମାନେ ପ୍ରଥମେ ସ୍ଥାନୀୟ କଲେକ୍ଟରଙ୍କୁ ଦେଖାକରି ତାଙ୍କ ପାଖରେ ଥିବା ୪ହଜାର ୧୧୫ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦେବା ପାଇଁ ନିବେଦନ କରିଥିଲେ। ତାଙ୍କର ଏହି ଅର୍ଥ ରାଶି କରୋନା ଲାଗି ହୋଇଥିବା ଲକ୍‌ଡାଉନରେ ପ୍ରଭାବିତ ଗରିବ ଲୋକଙ୍କ କାମରେ ଲଗାଇବା ପାଇଁ ସେମାନେ ନିବେଦନ କରିଛନ୍ତି।
ଚିରାଗ ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ଭଉଣୀ ତୃପ୍ତା ସପ୍ତମ ଶ୍ରେଣୀର ଛାତ୍ରୀ। ଏବେ କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ହେବା କାରଣରୁ ସେମାନେ ଗରିବ ଦିନ ମଜୁରିଆଙ୍କ କଷ୍ଟ ସମ୍ପର୍କରେ ଗଣମାଧ୍ୟମରୁ ଜାଣିପାରି ନିଜ ପାଖରେ ଥିବା ସଞ୍ଚିତ ଅର୍ଥକୁ ଦାନ କିରବା ଲାଗି ନିଷ୍ପତ୍ତି ନେଇଥିଲେ।


All Right Reserved By Dharitri.Com

ଆଣ୍ଟି କରୋନା ଟେଣ୍ଟ୍‌ ତିଆରି କଲେ ମହିଳା

ଉହାନ, ୨୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଲୋକଙ୍କୁ ଘରୁ ବାହାରକୁ ନ ବାହାରିକୁ ସରକାର କଟକଣା ଜାରି କରିଛନ୍ତି। ଫଳରେ ପିଲାମାନଙ୍କ ସ୍କୁଲ...

କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌...

ଭଗବାନଙ୍କ ସହର ‘ପ୍ଲେସ୍‌ ଅଫ୍‌ ଗର୍ଡ’: ଆଜି ବି ରହସ୍ୟ ଘେରରେ ଏହାର ନିର୍ମାଣ

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ। ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା...

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ...

ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ସମସ୍ତେ ପଢ଼ିପାରନ୍ତିନି, ଜାଣନ୍ତୁ କାହିଁକି…

ଡାକ୍ତରଙ୍କ ହସ୍ତାକ୍ଷର ସବୁଠାରୁ ନିଆରା। ସେମାନଙ୍କ ଦ୍ୱାରା ଲେଖାଯାଉଥିବା ପ୍ରେସ୍‌କ୍ରିପ୍‌ଶନ ପଢ଼ିବା ଏବଂ ବୁଝିବା କଷ୍ଟକର। ଡାକ୍ତରମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅନେକ ମେଡିସିନର...

ଲକ୍‌ଡାଉନ ଉଲ୍ଲଂଘନ, ୧୭ ଗିରଫ

ଭୁବନ, ୫।୪(ଡି.ଏନ.ଏ.)-ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି...

Leave a comment

Your email address will not be published. Required fields are marked *