ଲକ୍‌ଡାଉନ: ମଜା କରିବାର ବେଳ

ନୂଆଦିଲ୍ଲୀ: ଲକ୍‌ଡାଉନରେ ରହିବା ଆଦୌ ବୋରିଂ ନୁହେଁ, ବରଂ ନିଜକୁ ଉପଭୋଗ କରିବାର ପ୍ରକୃଷ୍ଟ ସମୟ। ଏମିତି ଏକ ବାର୍ତ୍ତା ଦେଉଛି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିବା ମା-ଝିଅଙ୍କର ଏକ ଯୋଡ଼ି। ଲକ୍‌ଡାଉନରେ ଘର ଭିତରେ ରହିବା ହିଁ ନିଜକୁ ଆକ୍ଟିଭ୍‌ କରିବା, ମଜା କରିବାର ସମୟ। ଏକଥା ନିଜ ମା’ଙ୍କୁ ଜଣାଇବା ପାଇଁ ଝିଅଜଣକ ଏକ ଅଭିନବ ଉପାୟ ଚିନ୍ତା କରି ଭିଡିଓ ତିଆରି କରିଛନ୍ତି। ଭିଡିଓରେ ଉଦାସ ଥିବା ମା’ଙ୍କ ପାଖରେ ତାଙ୍କ ଝିଅ ମଜାଳିଆ ଢଙ୍ଗରେ ନାଚି ତାଙ୍କୁ ହସାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କ ମା’ ପ୍ରଥମେ ବିରକ୍ତ ହେଉଥିଲେ ବି ପରେ ଝିଅର ନାଚ ଦେଖି ନିଜେ ମଧ୍ୟ ଖୁସିରେ ନାଚିବା ଆରମ୍ଭ କରିଥିଲେ।
ସମ୍‌ ହୋଲସନ୍‌ କ୍ୟାରେନଣ୍ଟିଂ ନାଁରେ ଏହି ଭିଡଓିଟି ପୋଷ୍ଟ ହୋଇଛି। ତେବେ ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାର ମାତ୍ର ଦିନକ ପରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ୨୪ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବାବେଳେ ୫୦୦ ରୁ ଅଧିକ ଏନେଇ ସକାରାତ୍ମକ କମେଣ୍ଟ ଦେଇଛନ୍ତି।


All Right Reserved By Dharitri.Com

ଚାଲିଛି ଭୂତ ଓ ସାପ ନାଁରେ ସ୍କୁଲ

କୋଲକାତା: ଭୂତ ଓ ସାପ ଭଳି ଅଜବ ନାମରେ ଚାଲୁଥିବା ସ୍କୁଲକୁ ପିଲା ଯାଉଛନ୍ତି। ଅଭିଭାବକମାନେ ବି ପିଲା ପଠାଉଛନ୍ତି। ପଶ୍ଚିମବଙ୍ଗର ନଦିୟା ଜିଲାରେ ଚାଲିଛି...

କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର...

ଶ୍ରାଦ୍ଧ ବାଷିର୍କୀରେ ପ୍ରସ୍ତୁତ ହେଲା ମୃତଦେହ ଭଳି କେକ୍‌

ବିଶ୍ୱର କେତେକ ଦେଶରେ ଲୋକଙ୍କ ରହଣି-ସହଣି ଓ ଖାଦ୍ୟ-ପାନୀୟ ମଧ୍ୟ ଭିନ୍ନ ହୋଇଥାଏ। ଜୀବନ ଜିଇଁବାଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁ ଧର୍ମର ପ୍ରଥା...

୮ ବର୍ଷ ବାଳକର ଆୟ ୧୮୪ କୋଟି

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ...

ଆଳୁ ବିକିଲା ଯୋଗାଣ ବିଭାଗ

ପାଲଲହଡା, ୨୬।୩ (ଡି.ଏନ.ଏ.): ପାଲଲହଡା ଉପଖଣ୍ଡରେ ଆଳୁ, ପିଆଜର ଦର କିଲୋ ପିଛା ହଠାତ୍‌ ୧୫ ଟଙ୍କା ବଢ଼ାଇ ଦିଆଯାଇଥିବା ଅଭିଯୋଗ ମିଳିବା ପରେ ଗୁରୁବାର...

କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ...

Leave a comment

Your email address will not be published. Required fields are marked *