ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ ଭଉଣୀ ହୋଇପାରିବୁନି। ନାରୀ ଜନ୍ମର ସାର୍ଥକତା ହେବ ତୋ ପାଇଁ ସାତ ସପନ। ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟକୁ ଘୃଣା କରିବୁ ଆଉ ଭାବିବୁ ତୁ ଏ ଧରାପୃଷ୍ଠରେ ଭଗବାନଙ୍କର ଗୋଟିଏ ଅଭିଶାପ।“ ଏପରି ଏକ ଛାତିଥରା ଡାଏଲଗ୍‌ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଅପେରା ଜଗତରେ ସେ ଚଳିତ ସିଜନରେ ପାଦ ଦେଇଛନ୍ତି। ହେଲେ ପ୍ରଥମ ନାଟକରୁ ହିଁ ସେ ନିଜର ଦମ୍‌ ଦେଖାଇ ସାଉଁଟି ଚାଲିଛନ୍ତି ଯାତ୍ରାପ୍ରେମୀଙ୍କ ପ୍ରଶଂସା। ଏହି ଅଭିନେତା ଜଣକ ହେଲେ ସନ୍ଦୀପ କୁମାର ଦାସ ଏବଂ ନାଟକଟି ହେଲା ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତୀନ ଲୋକନାଟ୍ୟ ଦ୍ୱାରା ଚଳିତ ଯାତ୍ରା ସିଜନରେ ପରିବେଷିତ ତଥା ଅରୁଣ ନାୟକଙ୍କ ରଚିତ ଏବଂ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ସୀତାର ଜଳୁଛି ଚିତା’। ଏହି ନାଟକରେ ସନ୍ଦୀପ ଏକ ଦମଦାର ନେଗେଟିଭ ଚରିତ୍ର (ମୃଗେଶ ମାନସିଂ)ରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଅପେରା ପାର୍ଟିରେ ଏଣ୍ଟ୍ରି କରିବା ପଛରେ ନିର୍ଦ୍ଦେଶକ ମହେଶଙ୍କ ଭୂମିକାକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ଟିଟନ ସାର୍‌ଙ୍କ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌ରୁ ପାସ୍‌ କରିବା ପରେ ମୋତେ ସିଧାସଳଖ ଏହି ସୁଯୋଗ ମିଳିଛି। ଏଥିପାଇଁ ଟିଟନ ସାର୍‌, ମହେଶ ସାର୍‌, ନିର୍ଦ୍ଦେଶକ ଆଶୁତୋଷ ସାର୍‌ (ମହାପାତ୍ର) ଏବଂ ଗୁରୁ ପ୍ରଣୟ ସାହୁଙ୍କ ପ୍ରେରଣାକୁ ମୁଁ କଦାପି ଭୁଲି ପାରିବି ନାହିଁ। ଆଉ ଏକ ସଂଯୋଗ-ମୁଁ ବାଘାଯତୀନ ଲୋକନାଟ୍ୟର ଅନେକ ନାଟକ ଦେଖିଛି। ପୁଣି ସେହି ପାର୍ଟିରୁ ମୁଁ ମୋର ଅପେରା କ୍ୟାରିୟର ଆରମ୍ଭ କରୁଛି। ’ ବାଲେଶ୍ୱର ଜିଲା ଖନ୍ତାପଡା ଅନ୍ତର୍ଗତ ପଦାଗଁା ଗ୍ରାମରେ ଜନ୍ମିତ (ମା-ଗୀତାଞ୍ଜଳି ଦାସ, ବାପା-କ୍ଷିତିଶ କୁମାର ଦାସ) ତଥା ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଦୀପଙ୍କ ଆଗରେ ଲମ୍ବା ଆକ୍ଟିଂ କ୍ୟାରିୟର। ନିଜ ଫିଗର ଅନୁସାରେ ନେଗେଟିଭ ରୋଲକୁ ପ୍ରାଥମିକତା ଦେବି ବୋଲି କହନ୍ତି ଅପେରା ଜଗତର ଏହି ଲମ୍ବା ରେସ୍‌ର ଘୋଡ଼ା।


All Right Reserved By Dharitri.Com

ପସନ୍ଦ ଆସୁଛି ‘ପତି ପତ୍ନୀ ଔର ଓ୍ବ’, ସୁପରହିଟ୍‌ ହେବ ବୋଲି ପ୍ରଶଂସକଙ୍କ ମତ

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’। କାର୍ତ୍ତିକ ଆର୍ୟନ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଜିଣୁଛି।...

ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା...

ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ...

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

ଜନ୍‌-ବିପାଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ...

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

୧୨ ବର୍ଷ ତଳେ ଗୋଟିଏ ରୁମ୍‌ ଥିବା ଘରେ ବାସ କରୁଥିଲେ ନେହା କକ୍କର: ଫଟୋ ଶେୟାର କରି ହେଲେ ଭାବୁକ

ମୁମ୍ବାଇ: ବଲିଉଡ୍‌ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ...

Leave a comment

Your email address will not be published. Required fields are marked *