ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ

ପାଟପୁର,୨୬।୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। ଗଞ୍ଜାମ ଜିଲାରେ ମଧ୍ୟ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଧାର୍ଯ୍ୟ ହୋଇଥିବା ସମୟରେ ଜନସାଧାରଣ ବଜାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି। ଜିଲାରେ ସକାଳୁ ୧୨ଟା ପର୍ଯ୍ୟନ୍ତ କିଣାବିକା ପାଇଁ ଅନୁମତି ଦିଆଯାଇଛି। ଏହାପରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ପାଟପୁର ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ, ଫଳ ଓ ପରିବା ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ ସମ୍ମୁଖରେ ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ଆବଶ୍ୟକ ରାଶନ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦୋକାନ ସମ୍ମୁଖରେ ଅଯଥା ଭିଡ଼ ନ କରି ପରସ୍ପର ମଧ୍ୟରେ ସମଦୂରତା ରକ୍ଷାକରି ଜଣଙ୍କ ପରେ ଜଣେ ଦୋକାନକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ପାଟପୁର ପୋଲିସ ପକ୍ଷରୁ ସଚେତନ କରାଯାଇଛି।


All Right Reserved By Dharitri.Com

ଲାଗିଲାଣି ୧.୧୨ ଲକ୍ଷ ଗଛ

ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ...

ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ଦାବିରେ ଗଣ ସମ୍ମଳନୀ : ଆଗାମୀ ଦିନରେ ଜୋରଦାର କରାଯିବ ଆନ୍ଦୋଳନ

ଯାଜପୁର ରୋଡ,୫ା୮(ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ଭୀମସେନ ପ୍ୟାଲେସଠାରେ ରବିବାର ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର...

ଟାଟା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ ଦୁଃଖ ଶୁଣିଲେନି: ଧାରଣାସ୍ଥଳରେ ସ୍ବାମୀଙ୍କୁ ଶ୍ରାଦ୍ଧ ଦେଲେ ମହିଳା

ଯୋଡ଼ା, ୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଗତ ୮୩ ଦିନ ଧରି ଧାରଣାରେ ବସିଛନ୍ତି ବିଳାସୀ କାରୁଆ। ପୁଅ...

ସତ୍ୟବାଦୀ ଥାନା ପରିଦର୍ଶନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ: ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ

ସାକ୍ଷୀଗୋପାଳ,୧୭।୧୧(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସାରେ ଅଚାନକ ପୁରୀ ଜିଲା ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି...

ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ

ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର...

ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ

ଆସିକା,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍‌କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ...

କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ

ଭବାନୀପାଟଣା,୨୯।୮(ଡି.ଏନ.ଏ.): କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

Leave a comment

Your email address will not be published. Required fields are marked *