ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍‌ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ କଳା ବାଦଲ ମାଡ଼ିଆସେ। ସେତେବେଳେ ସେମାନଙ୍କ ବନ୍ଧୁତା ଏହାଦ୍ୱାରା ପ୍ରଭାବିତ ହୁଏ କି ? ଏହା ପରେ ରାଜ୍ୟ ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ପାଞ୍ଚଜଣ ଅଫିସର ନିଜ ଦାୟିତ୍ୱକୁ ଠିକ୍‌ ଭାବରେ ତୁଲାଇ ପାରନ୍ତି ତ ? ଏସବୁ ପ୍ରଶ୍ନର ଉତ୍ତରକୁ ଆଧାର କରି ପ୍ରସ୍ତୁତ ହୋଇଛି ଏକ ଭିନ୍ନ ଧରଣର କାହାଣୀ, ଯାହାକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଅଫିସର’। ଅନୀତା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରଭାକର ମହାନ୍ତି। ଡ. ନିର୍ମଳ ନାୟକ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାଶ। ଫିଲ୍ମର ମେଲ୍‌ ଲିଡ୍‌ରେ ନବୀନ, ରୁଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ, ଜଗା, ପ୍ରିନ୍ସ, ରାମ, ନାଗଜ ନିରଞ୍ଜନ, ଜିନା, ସୁନୟନା, ସୋନୁ, ଦେବୀ ବାରିକ, ଦେବୁ ବ୍ରହ୍ମା, ଥିନ୍‌, ପ୍ରିୟ ମିଶ୍ର, ପ୍ରିୟଙ୍କା, ରତନ ମେହେର, ମିଟୁ ମିଥୁନ୍‌ ପ୍ରମୁଖ କଳାକାର ଅଭିନୟ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନାରାୟଣ ଘଡ଼େଇ।


All Right Reserved By Dharitri.Com

ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’...

ହୃଦୟ ଜିତିଲେ ରଣବୀର ସିଂ

ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ...

ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍‌ଙ୍କଠାରୁ ଅଲଗା ହେଲେ

ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍‌ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା...

ମାଧୁରୀ-ସଲମାନଙ୍କ ଅଭିନୀତ ଫିଲ୍ମର ହୋଇପାରେ ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ବଲିଉଡ୍‌ ନାୟିକା ମାଧୁରୀ ଦୀକ୍ଷିତ ଓ ନାୟକ ସଲମାନଙ୍କ ଅଭିନୀତ ଫିଲ୍ମ ‘ହମ୍‌ ଆପକେ ହୈ କୌନ’କୁ ପୂରିଛି ୨୫ ବର୍ଷ। ଏବେ ଏହି...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର...

ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଜୟା-ଅମିତାଭଙ୍କ ଲଭ୍‌ଷ୍ଟୋରି

ଜୟା ଏବଂ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୪୬ ତମ ବିବାହ ବାର୍ଷିକୀ। ବିବାହ ସମୟର କିଛି ପୂରୁଣା ଫଟୋକୁ ସୋସିଆଲ ମିଡିଆରେ ଅମିତାଭ ଶେୟାର...

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ...

Leave a comment

Your email address will not be published. Required fields are marked *