୧୯ ହଜାର ଟପିଲା କରୋନା ମୃତ୍ୟୁ

ପ୍ୟାରିସ୍‌/ମାଡ୍ରିଡ,୨୬ା୩: କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୯,୭୪୮ରେ ପହଞ୍ଚତ୍ଛି। ଡିସେମ୍ବରରେ ଚାଇନାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା ୧୯୬ ଦେଶକୁ ବ୍ୟାପିଲାଣି ଓ ଏଥିରେ ୪ ଲକ୍ଷ ୪୦ ହଜାର ୧୪୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ସ୍ପେନ୍‌ରେ ଗୋଟିଏ ଦିନରେ ୭୩୮ ଜଣଙ୍କ ଜୀବନ ନେଇଛି। ସେଠାରେ ମୃତ୍ୟୁସଂଖ୍ୟା ୩୪୩୪କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୭,୬୧୦ରେ ପହଞ୍ଚତ୍ଛି। ଇଟାଲୀରେ ଫେବୃୟାରୀ ମାସରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୬,୮୨୦ରେ ପହଞ୍ଚତ୍ଛି। ଏହି ଦେଶରେ ୬୯,୧୭୬ ଜଣ ସଂକ୍ରମିତ ଥିବାବେଳେ ୮,୩୨୬ ଜଣ ସୁସ୍ଥ ହେଲେଣି। ଚାଇନାରେ ମୃତ୍ୟୁସଂଖ୍ୟା ୩,୨୮୧ ଏବଂ ସଂକ୍ରମିତଙ୍କ ସଂଖ୍ୟା ୮୧,୨୧୮ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଇରାନରେ ମୃତ୍ୟୁସଂଖ୍ୟା ୨,୦୭୭ ରହିଥିବାବେଳେ ଆକାନ୍ତଙ୍କ ସଂଖ୍ୟା ୨୭,୦୧୭, ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୧୦୦ ଏବଂ ସଂକ୍ରମିତଙ୍କ ସଂଖ୍ୟା ୨୨,୩୦୨ ରହିଛି। ଆମେରିକାରେ ୬୦୦ରୁ ଅଧିକ ପ୍ରାଣ ହରାଇଥିବାବେଳେ ୫୫,୨୨୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।
ମହାଦେଶ ଅନୁଯାୟୀ ଦେଖିଲେ, ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨,୨୬,୩୪୦ ଓ ମୃତ୍ୟୁସଂଖ୍ୟା ୧୨,୭୧୯ ରହିଛି। ସେହିପରି ଏସିଆରେ ସଂକ୍ରମିତଙ୍କ ସଂଖ୍ୟା ୯୯,୮୦୫ ଏବଂ ମୃତକଙ୍କ ସଂଖ୍ୟା ୩,୫୯୩ ରହିଛି। ମଧ୍ୟପ୍ରାଚ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୧୧୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୨,୨୨୯ରେ ପହଞ୍ଚତ୍ଛି। ଉତ୍ତର ଆମେରିକା ଓ କାନାଡାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୩୦୪ ରହିଥିବାବେଳେ ମୃତ୍ୟୁସଂଖ୍ୟା ୬୨୪। ସେହିପରି ଦକ୍ଷିଣ ଆମେରିକା ଓ କାରିବିୟାନ ଦେଶରେ ୭୩୩୭ ମାମଲା ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ଆଫ୍ରିକାରେ ୨୩୮୨ ଜଣ ଆକ୍ରାନ୍ତ ହେବା ସହ ୬୪ ଜଣଙ୍କ ମୃତ୍ୟୁ ଘଟିଛି।


All Right Reserved By Dharitri.Com

ଲକ୍‌ଡାଉନ୍‌ର ଦ୍ୱିିତୀୟ ଦିନ: ବିଭିନ୍ନ ଛକରେ ଲୋକଙ୍କ ଭିଡ଼, ଜଗିଛି ପୋଲିସ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ର ସୋମବାର ହେଉଛି ଦ୍ୱିିତୀୟ ଦିନ। ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୋମବାର...

କରୋନା ମୋହର ଲାଗିଥିବାରୁ ଟ୍ରେନରୁ ଦମ୍ପତିଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୨୧।୩: ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିକୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି...

ଚିନ୍ତାରେ ଇମ୍ରାନ୍‌: ତୃତୀୟ ଥର ଲାଗି ବଢିଲା ଅଟା ଦାମ୍‌

ଇସ୍‌ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏ ପର୍ଯ୍ୟନ୍ତ ରୁଟି ସଙ୍କଟରୁ ବାହାରି ପାରୁନାହିଁ। ଏବେ ତୃତୀୟ ଥର ଲାଗି ଅଟାର ଦାମ...

ନିୟୋଜିତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଥିବାବେଳେ ଆବଶ୍ୟକସ୍ଥଳେ ରାଜ୍ୟ ଓ ଜିଲା ପ୍ରଶାସନକୁ ସହାୟତା କରିବା ଲାଗି ଅବସରପ୍ରାପ୍ତ ସେନା କର୍ମଚାରୀ(ଇଏସ୍‌ଏମ୍‌)ମାନଙ୍କୁ...

ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର...

ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୧୫ ପ୍ରତିଶତ କମିଛି: ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌

ଓ୍ବାଶିଂଟନ,୨୩।୧୧: ପୃଥିବୀରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୨୦୧୭ ତୁଳନାରେ ୨୦୧୮ରେ ୧୫ ପ୍ରତିଶତ କମିଛି। ଏନେଇ ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଗୋଟିଏ...

ଦୂତାବାସ ଅଧିକାରୀଙ୍କୁ ଇରାନର ସମନ

ତେହେରାନ,୨ା୧(ପି.ଟି.): ପଡୋଶୀ ଇରାକରେ ଆମେରିକା ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଥିବାରୁ ଇରାନରେ ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବିସ୍‌ ଦୂତାବାସର ଅଧିକାରୀଙ୍କୁ ତେହେରାନ ସମନ...

‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌...

Leave a comment

Your email address will not be published. Required fields are marked *