ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ। ତେବେ ଦ୍ୱିତୀୟ ତ୍ରୈୟମାସିକରେ ଆମେରିକାରେ ବେକାରି ହାର ୩୦ ପ୍ରତିଶତ ବଢ଼ିପାରେ ବୋଲି ସେଣ୍ଟ ଲୁଇସ୍‌ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷ ଜେମ୍ସ ବୁଲାର୍ଡ ପୂର୍ବାନୁମାନ କରିଛନ୍ତି। ଏହା ୩୦ ଦଶକର ଦୀର୍ଘ ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ। କେବଳ ଗତ ସପ୍ତାହରେ ଆମେରିକାରେ ୨୦ ଲକ୍ଷରୁ ଅଧିକ ବେରୋଜଗାରୀ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଗୋଲ୍ଡମ୍ୟାନ ସାଚସ୍‌ ଆକଳନ କରିଛନ୍ତି।
କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପାଇଁ ଆମେରିକାରେ ଅନେକ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡିଛି। ସମସ୍ତ ଗ୍ରାମାଞ୍ଚଳ ରେଷ୍ଟୁରାଣ୍ଟ ବନ୍ଦ ହେବା ସହ କର୍ମଚାରୀ ଛଟେଇ ହୋଇଛନ୍ତିି। ନିଯୁକ୍ତି ହରାଇଥିବା ରୋଷେଇ ପ୍ରଶିକ୍ଷକ ଆଲବର୍ଟୋ ମେଣ୍ଡୋଜା ଖୁବ୍‌ଶୀଘ୍ର ବେକାରୀ ସୁବିଧା ପାଇବାକୁ ଯାଉଛନ୍ତି। ତାଙ୍କୁ ଘରଭଡ଼ା ଓ ଟ୍ରକ୍‌ ବିଲ୍‌ ଦେବାକୁ ପଡୁଛି। ଏଥିସହିତ ୩ ଜଣ ପିଲାଙ୍କ ଲାଳନପାଳନ କରିବାକୁ ପଡୁଛି ବୋଲି ସେ କହିଛନ୍ତି।
କେବଳ ମେଣ୍ଡୋଜା ନୁହନ୍ତି, ଆମେରିକାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଟେକ୍ସାସ ରାଜ୍ୟର ଲରେଡୋ ସହରରେ ହଜାର ହଜାର ଲୋକ କରୋନା ଯୋଗୁ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସହରରେ ଏପର୍ଯ୍ୟନ୍ତ କରୋନାରେ କେହି ମରି ନ ଥିବାବେଳେ ମାତ୍ର ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାମାରୀ ଯୋଗୁ ସରକାର ବ୍ୟବସାୟିକ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିବାରୁ ଆମେରିକାର ସବୁଠୁ ଗରିବ ସହର ଲରେଡୋରେ ଆର୍ଥତ୍କ ଦୁଃସ୍ଥିତି ଦେଖାଦେଇଛି। ଦାରିଦ୍ର୍ୟ ଯୋଗୁ ସେଠାର ଜନସାଧାରଣ ନିଜକୁ ଆଇସୋଲେଶନରେ ରଖିବା କିମ୍ବା ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡିଛି ବୋଲି ମେରିଲାଣ୍ଡ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ପ୍ରଫେସର ସାନ୍ଦ୍ରା କ୍ୱିନ୍‌ କହିଛନ୍ତି। ମହାମାରୀ ସାମାଜିକ ଅସମାନତା ବଢ଼ାଇବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ତାରତମ୍ୟ ବଢ଼ାଇ ଦେଇଥିବା ସେ କହିଛନ୍ତି। ଆମେରିକା ଜନସଂଖ୍ୟା ବ୍ୟୁରୋ ତଥ୍ୟ ଅନୁଯାୟୀ ଲରେଡୋ ସମେତ ଓ୍ବେବ୍‌ କାଉଣ୍ଟିର ପ୍ରତି ୩ ଜଣରେ ଜଣେ ସଂଘୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଅଧିକାଂଶଙ୍କର ସ୍ବାସ୍ଥ୍ୟବୀମା ନାହିଁ। ଏହି ସହରର ସ୍କୁଲ ପିଲାମାନେ ରିହାତିରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟ ସରକାରୀ ସୁବିଧା ପାଇଥାନ୍ତି। ସ୍ବଳ୍ପ ଆୟକାରୀ ପରିବାର ଭାବରେ ମେଣ୍ଡୋଜାଙ୍କ ୩ ପିଲାଙ୍କର ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବୀମା କରାଯାଇଥିବାବେଳେ ମେଣ୍ଡୋଜା ନିଜର ବୀମା କରିପାରିନାହାନ୍ତି।
କରୋନା ସଂକ୍ରମଣ ପୂର୍ବରୁ ଓ୍ବେବ୍‌ କାଉଣ୍ଟିରେ ବେକାରି ହାର ଜାନୁୟାରୀରେ ୪.୧ ପ୍ରତିଶତ ଥିଲା, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏବେ ଲକ୍‌ଡାଉନ ଯୋଗୁ ବହୁ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଏହି ଅଞ୍ଚଳର ଅଧିକାଂଶ ଲୋକ ପରିବହନ ଉପରେ ନିର୍ଭର କରୁଥିବାବେଳେ ମେକ୍ସିକୋ ଓ ଆମେରିକା ସରକାର ସଂକ୍ରମଣ ଭୟରେ ସୀମା ସିଲ୍‌ କରିଦେଇଥିବାରୁ ସେମାନଙ୍କୁ ରୋଜଗାର ହରାଇବାକୁ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଅଧିକାଂଶ ଗରିବଙ୍କ ପାଇଁ ଅଭିଶାପ ପାଲଟିଥିବା ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ମିଲକେନ୍‌ ଇନ୍‌ଷ୍ଟିଚ୍ୟୁଟ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ସାରା ରୋସେନବମ୍‌ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାଜରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା କଷ୍ଟକର ହୋଇପଡିଛି। ଡଜନେ ଅଣ୍ଡା ଓ କିଛି କ୍ଷୀର କିଣିବା ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଛି ବୋଲି ଲରେଡୋର ଜଣେ ଶିକ୍ଷକ କହିଛନ୍ତି। ସେହିପରି ଲରେଡୋ ରିଜିଓନାଲ ଫୁଡ୍‌ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍‌ମେନ ଗାର୍‌ସିଆ କହିଛନ୍ତି, ସେ ମାର୍ଚ୍ଚ ମାସ ପାଇଁ କିଣିଥିବା ସବୁ ସାମଗ୍ରୀ ମାତ୍ର ୧୦ ଦିନରେ ଶେଷ ହୋଇଯାଇଛି। ଶସ୍ତା ଚିକିତ୍ସା ସେବା ପାଇଁ ଅଧିକାଂଶ ମେକ୍ସିକୋ ଉପରେ ନିର୍ଭର କରୁଥିବାବେଳେ କରୋନା ପାଇଁ ସେଠାକୁ ଯାତାୟାତ ବନ୍ଦ କରିଦିଆଯାଇଛି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଲାଗି ସହାୟତା କେଉଁଠୁ ପାଇବେ ଏନେଇ ଲୋକେ ଚିନ୍ତାରେ ପଡଯାଇଥିବା ଗାର୍‌ସିଆ କହିଛନ୍ତି।


All Right Reserved By Dharitri.Com

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ପିଲାଙ୍କୁ ନିଆଁରୁ ବଞ୍ଚାଇ ଜେଲ ଗଲେ ମା’

ପ୍ୟୋଙ୍ଗୟାଙ୍ଗ୍‌, ୧୧ା୧ : ପୃଥିବୀରେ ଗୋଟିଏ ଦେଶ ରହିଛି ଉତ୍ତର କୋରିଆ। କିମ ଜଙ୍ଗ୍‌ ଉନ ସେଠାକାର ସର୍ବୋଚ୍ଚ ଶାସକ। ଏହି ଦେଶରେ ଆଇନକାନୁନ ନାଁରେ...

ମନୁଷ୍ୟଙ୍କ ପୂର୍ବଜ ବୋଷ୍ଟଓ୍ବାନା ବାସିନ୍ଦା: ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ହୋଇଥିଲେ ବିସ୍ଥାପିତ

ଗ୍ରେବୋନ୍‌,୩୧।୧୦: ମନୁଷ୍ୟଙ୍କ ପୂର୍ବଜ ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନା ବାସିନ୍ଦା ଥିଲେ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ସେମାନେ ବିସ୍ଥାପିତ ହୋଇଥିଲେ।...

ଛାଡ଼ ପାଇବେ ୩୨ ବିଚାରାଧୀନ କଏଦୀ

କେନ୍ଦୁଝର, ୬।୪ (ସ୍ବ.ପ୍ର.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୭ ବର୍ଷରୁ କମ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଜାମିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।...

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍‌ ଏସିଆନ ସକସେକ୍ସ ଉପରେ...

ହଟ୍‌ସ୍ପଟ୍‌ ଅଞ୍ଚଳରେ ହେବ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌: ୩୦ ମିନିଟ୍‌ରେ ଚିହ୍ନଟ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। କରୋନା...

୬.୬ ତୀବ୍ରତାର ଭୂକମ୍ପରେ ଥରିଲା ଫିଲିପାଇନ୍ସ

ମନିଲା,୨୯।୧୦: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ହୋଇଥିବା ଭୂକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୬। ଏଥିରେ କ୍ଷୟକ୍ଷତି ସମ୍ପର୍କରେ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧୫

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ ଥମିବାର ନାଁ ନେଉନି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ୧୮୮ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ...

Leave a comment

Your email address will not be published. Required fields are marked *