Posted inଖେଳ

ନାଡ଼ାଲଙ୍କୁ ରେକର୍ଡ ଦ୍ୱାଦଶ ଟାଇଟଲ

ପ୍ୟାରିସ୍‌,୧୦।୬(ଏଏଫ୍‌ପି)- କ୍ଳେ କୋର୍ଟର ରାଜା ସ୍ପେନ୍‌ ତାରକା ରାଫାଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଏଥର ସେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ନାଡ଼ାଲ ୬-୩, ୫-୭, ୬-୧, ୬-୧ ସେଟରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ରେକର୍ଡ ୧୨ଥର ପାଇଁ ପ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହେବା ସହ ଐତିହାସିକ ସଫଳତା ପାଇଛନ୍ତି। ଏହି କ୍ରମରେ ସେ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।
୩୩ ବର୍ଷୀୟ ନାଡ଼ାଲ ପ୍ରଥମ ପୁରୁଷ କିମ୍ବା ମହିଳା ଖେଳାଳିଭାବେ ଗୋଟିଏ ସମାନ ଗ୍ରାଣ୍ଡସ୍ଲାମ ୧୨ଥର ପାଇଁ ଜିତି ବିରଳ ସଫଳତା ପାଇଛନ୍ତି। ଆଉ ଦୁଇଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କଲେ ନାଡ଼ାଲ ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କ ୨୦ଟି ମେଜର ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ଜୋକୋଭିଚ୍‌ଙ୍କୁ ଏଥର ଥିମ୍‌ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
ପୁଣି ନାଡ଼ାଲ ଫ୍ରେଞ୍ଚ୍‌ ଓପନ୍‌ରେ ରେକର୍ଡ ୯୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ନାଡ଼ାଲ ୨୦୦୫ରୁ ୨୦୦୮ , ୨୦୧୦ରୁ ୨୦୧୪, ୨୦୧୭ ଓ ୨୦୧୮ରେ ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ନାଡ଼ାଲ ଖୁସି ଜାହିର କରିଛନ୍ତି। ତେବେ ସାହସିକ ପ୍ରଦର୍ଶନ ପାଇଁ ସେ ଥିମ୍‌ଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ୨୦୦୫ରେ ପ୍ରଥମଥର ପାଇଁ ପ୍ରେଞ୍ଚ୍‌ ଓପନ୍‌ ଖେଳିଥିଲି। ସେତେବେଳେ ଭାବି ନ ଥିଲି ଯେ, ମୁଁ ୨୦୧୯ରେ ଏହି ଟୁର୍ନାମେଣ୍ଟ ଖେଳିବି। ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର ବୋଲି ନାଡ଼ାଲ କହିଛନ୍ତି। ଏଥିସହିତ ନାଡ଼ାଲ କ୍ୟାରିୟରରେ ମୋଟ ୮୨ତମ ଟାଇଟଲ ହାସଲ କରିଛନ୍ତି ଓ ୯୫୦ତମ ମ୍ୟାଚ୍‌ ଜିତିଛନ୍ତି। ୧୯୯୫ ପରେ ଦ୍ୱିତୀୟ ଅଷ୍ଟ୍ରିଆ ଖେଳାଳିଭାବେ ଥିମ୍‌ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ଜିତିଥାନ୍ତେ। ତେବେ ଶେଷରେ ତାଙ୍କ ଆଶା ଧୂଳିସାତ୍‌ ହୋଇଛି। ଗତବର୍ଷ ମଧ୍ୟ ନାଡ଼ାଲ ଫାଇନାଲରେ ଥିମ୍‌ଙ୍କୁ ହରାଇ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି।...

ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ଉନ୍ମୋଚିତ

ଟୋକିଓ,୨୪।୭(ଏପି)- ଟୋକିଓ ଅଲିମ୍ପିକ୍ସକୁ ଆଉ ଠିକ୍‌ ଏକ ବର୍ଷ ରହିଲା। ଏହି ଅବସରରେ ଆୟୋଜକ କମିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବୁଧବାର...

ଯୁବିଙ୍କୁ ମୋଟୁ କହିଲେ ପାକିସ୍ତାନ ବୋହୂ

ନୂଆଦିଲ୍ଲୀ,୧୬।୧୧- ଅବସରପ୍ରାପ୍ତ ଅଲରାଉଣ୍ଡ ଯୁବରାଜ ସିଂ (ଯୁବି)ଙ୍କୁ ପାକିସ୍ତାନ ବୋହୂ ତଥା ଦେଶର ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ମୋଟୁ ବୋଲି କହିଛନ୍ତି।...

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

ରୋହିତଙ୍କ ପ୍ରଶଂସାରେ ପାକିସ୍ତାନ କ୍ରିକେଟର: କହିଲେ, ମୋ ଭାଇଙ୍କଠାରୁ ସେ ଭଲ ଖେଳୁଛନ୍ତି

ଇସଲମାବାଦ, ୧୦।୭: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ଶତକୀୟ ଇଂନିସ ଖେଳିବା ପରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି ପାକିସ୍ତାନ...

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ...

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ...

Leave a comment

Your email address will not be published. Required fields are marked *