ବୃତ୍ତ ଚିହ୍ନରେ ଠିଆହୋଇ ସାମଗ୍ରୀ କିଣିବେ ଲୋକେ: ହାଟ, ବଜାରରେ ଲକ୍ଷ୍ମଣରେଖା ଟାଣିଲା ବିଏମ୍‌ସି

ଭୁବନେଶ୍ୱର, ୨୬ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ ଡାଉନ୍‌। ଆବଶ୍ୟକତା ହେଉ ଅବା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ରଖିବାକୁ ହେଉ, ଲୋକେ ଏବେ ବଜାର ମୁହାଁ। ଫଳରେ ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଏବେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ସାମଗ୍ରୀ ନେବାକୁ ପ୍ରତିଯୋଗିତା ଭିତରେ ଠେଲାପେଲା, ଧସ୍ତାଧସ୍ତି ପରିସ୍ଥିତି ବି ସୃଷ୍ଟି ହେଉଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଥିବାବେଳେ ହାଟବଜାରରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏପରିସ୍ଥିତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦେକାନଗୁଡ଼ିକ ସାମ୍ନାରେ ଲକ୍ଷ୍ମଣରେଖା ଟାଣିଛି। ବୃତ୍ତ ଚିତ୍ର କରାଯାଇ ତାହା ମଧ୍ୟରେ ଜଣେ ଜଣେ ଲୋକ ଧାଡ଼ିରେ ରହି ସାମଗ୍ରୀ କିଣିବାକୁ କୁହାଯାଇଛି। ଲୋକେ ଜିନିଷ କିଣିବାକୁ ଆସିଲେ ଦୋକାନୀମାନେ ଏନେଇ ସେମାନଙ୍କୁ ଜଣାଇବା ସହ ସେହି ଅନୁସାରେ ପରାମର୍ଶ ଦେବେ। ଲୋକେ ଠିକ୍‌ ଭାବେ ଏହାକୁ ପାଳନ କରୁଛନ୍ତି କି ନାହିଁ ସିସିଟିଭି ଓ ସ୍କ୍ବାଡ୍‌ ଦ୍ୱାରା ତଦାରଖ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ...

୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି...

‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ...

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ।...

କରୋନା ସଂକ୍ରମଣ ସମୟରେ ଶାରୀରିକ ସମ୍ପର୍କ କେତେ ସୁରକ୍ଷିତ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

ନିରାଶ୍ରୟଙ୍କୁ ମିଳିଲା ରନ୍ଧାଖାଦ୍ୟ

ଆସିକା,୨୭ା୩ (ଡି.ଏନ୍‌.ଏ.): ଜନସାଧାରଣଙ୍କୁ ଘର ପାଖରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଲାଗି ଆସିକା ଏନ୍‌ଏସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଜରାତି ଜିନିଷ,...

ପକ୍କାଘର: ପୂରଣ ହୋଇପାରୁନି ଧାର୍ଯ୍ୟଲକ୍ଷ୍ୟ

ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟରେ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କାଘର। ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବାକୁ...

ଏସ୍‌ସିବି ମେଡିକାଲ : କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା

କଟକ ଅଫିସ,୧।୧୧: ଏସ୍‌ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍‌ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା...

Leave a comment

Your email address will not be published. Required fields are marked *