ଚଢ଼ାଉ ପରେ ଦର କମାଇଲେ ଗ୍ରସେରି, ପରିବା ଦୋକାନୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବାକୁ ମଙ୍ଗଳବାର ମଧ୍ୟରାତିରୁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ ହେବା ପରେ ଏବେ ବଜାରରେ ଗ୍ରସେରି ଓ ପରିବା ଦର ବୃଦ୍ଧି ପାଇଛି। ଭୁବନେଶ୍ୱରର ପ୍ରମୁଖ ୧୭ଟି ହାଟ ସହ ବିଏମ୍‌ସି ଅଧୀନ ୬୭ ଓ୍ବାର୍ଡ ଅଞ୍ଚଳରେ ଥିବା ପନିପରିବା, ମାଛ ମାଂସ ବଜାର ଓ ଗ୍ରସେରି ଦୋକାନଗୁଡ଼ିକରେ ହଠାତ୍‌ ଦର ବୃଦ୍ଧି ହେବାରୁ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କିଛି ଅସାଧୁ ବ୍ୟବସାୟୀ କଳାବଜାର ଓ ଶୋଷଣ ଆରମ୍ଭ କରିଛନ୍ତି। ବିଭିନ୍ନ ହାଟରେ ବ୍ୟବସାୟୀମାନେ ମନଇଚ୍ଛା ଭିନ୍ନ ଭିନ୍ନ ଦରରେ ପରିବାର ବିକୁଥିବା ଦେଖିବାକୁ ମିଳିଥିଲା। ରସୁଲଗଡ଼ କୋଚିଲେଇ ହାଟରେ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ନେଇ ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା। ତାଗିଦ ଓ ଚେତାବନୀ ପରେ ବ୍ୟବସାୟୀ ଉଚିତ ମୂଲ୍ୟରେ ବିକ୍ରି କରିଥିଲେ। ସେହିଭଳି ସହରର ଆଉ କେତେକ ହାଟରେ ମଧ୍ୟ ଅଧିକ ଦରରେ ପରିବାର ଓ ଗସେରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି।


All Right Reserved By Dharitri.Com

ପ୍ରବଳ ବର୍ଷିବ, ୮ ଜିଲାକୁ ରେଡ୍‌ ଆଲର୍ଟ:ରାଜ୍ୟକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ...

ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଆପ୍ଟିପ୍ଲସ୍‌ର ସେମିନାର

ଭୁବନେଶ୍ୱର,୨୧।୬ : ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ୍‌ ଏକାଡେମୀ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଏକ ନିଶୁଳ୍କ ସେମିନାର ୨୩ ଜୁନ(ରବିବାର) ଦିନ...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ...

୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌, ବାଇକ: ଦମ୍ପତି ଗୁରୁତର

ଧର୍ମଶାଳା,୫ା ୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା...

କୃଷି ପରିବେଶକୁ ଧ୍ୱଂସ କରୁଛି କର୍ପୋରେଟ୍‌ ଶୈଳ୍ପିକ କୃଷି

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଗ୍ରୀନ୍‌ପିସ୍‌ ଇଣ୍ଡିଆ ଦ୍ୱାରା ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜୀବୀ ମଞ୍ଚ ସହଯୋଗରେ ମାଟି ସ୍ବାସ୍ଥ୍ୟର ସ୍ଥିତି ଏବଂ ଓଡ଼ିଶାରେ କୃଷିର...

ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଛକାପଞ୍ଝା

ଗୁଣପୁର,୧୫।୨(ଡି.ଏନ.ଏ) ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ା ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।...

ଗଡିଲା ସଚେତନତା ରଥ: ପିଏମ୍‌ଏଫବିୱାଇ ସମ୍ପର୍କରେ ଚାଷୀ ହେବେ ସଚେତନ

ସୋନପୁର,୩।୭(ନି.ପ୍ର.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫବିୱାଇ)ରେ ଚଳିତ ଖରିଫ ଋତୁ ସକାଶେ ଚାଷୀ ବୀମାଭୁକ୍ତ ହେବା ପାଇଁ ଅନ୍ତିମ ତାରିଖ ଜୁଲାଇ ମାସ ୧୧ ତାରିଖ।...

Leave a comment

Your email address will not be published. Required fields are marked *