ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ଆତଙ୍କ ସମୟରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ପରାମର୍ଶକ୍ରମେ ସେମାନେ ମାତ୍ର ୧୦ଟଙ୍କାରେ ଗୋଟିଏ ମାସ୍କ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ସହଯୋଗକ୍ରମେ ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟାମାନେ ୫ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ପ୍ରଶାସନ ଓ ବ୍ୟବସାୟୀଙ୍କୁ ଯୋଗାଇ ସାରିଲେଣି। ଏସ୍‌ଏଚ୍‌ଜିର ସଦସ୍ୟାମାନେ ୪ପ୍ରକାରର ମାସ୍କ ତିଆରି କରି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡାଙ୍କୁ ଦେଖାଇଥିଲେ। ଡାକ୍ତର ପଣ୍ଡା ସେଥି ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରିଥିଲେ । ମହିଳାମାନେ ସେହି ପ୍ରକାରେ ମାସ୍କ ତିଆରି କରି ପ୍ରଶାସନକୁ ଯୋଗାଉଛନ୍ତି । ସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବା ସରକାରୀ କର୍ମଚାରୀ, ବ୍ୟାଙ୍କ, ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଔଷଧ ଦୋକାନୀଙ୍କୁ ମାସ୍କ ଯୋଗାଇ ଦିଆଯାଉଛି। କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇ ଏସ୍‌ଚ୍‌ଜି ସଦସ୍ୟାମାନେ ଏକ ବାର୍ତ୍ତା ଦେବା ସହ ସେମାନଙ୍କ ସାମାଜିକ ଦାୟିତ୍ୱକୁ ନିଖୁଣ ଭାବେ ନିର୍ବାହ କରୁଛନ୍ତି। ଜିଲା ସଦର ମହକୁମା ଝୁପୁଡିପଡାର ସରସ୍ବତୀ ଏସ୍‌ଏଚ୍‌ଜି, ଖଦାଳପଡାର ମାଣିକେଶ୍ୱରୀ ଏସ୍‌ଏଚ୍‌ଜି, ସୁରେଶ୍ୱରୀ ଏସ୍‌ଏଚ୍‌ଜି, ହଲଦିପାଲିର ସନ୍ତୋଷୀ ଏସ୍‌ଏଚ୍‌ଜି, ଶ୍ରୀମା ଏସ୍‌ଏଚ୍‌ଜି, ଜନମୁରାର କନାକାଳୀ ଏସ୍‌ଏଚ୍‌ଜି, ସମଲେଶ୍ୱରୀ ଏସ୍‌ଏଚ୍‌ଜି, ଡୁଙ୍ଗୁରିପାଲି ବ୍ଲକର ଓଁଶାନ୍ତି ଏସ୍‌ଏଚ୍‌ଜି, ଉଲୁଣ୍ଡାର ଜଗନ୍ନାଥ ଏସ୍‌ଏଚ୍‌ଜି, ମହୁଲପାଲିର ମାହେଶ୍ୱରୀ ଏସ୍‌ଏଚ୍‌ଜି, ଗୟେଲଗୁଡିର ଖମ୍ବେଶ୍ୱରୀ ଏସ୍‌ଏଚ୍‌ଜି ଓ ବୈରାଗୀପାଲିର ମଙ୍ଗଳା ଏସ୍‌ଏଚ୍‌ଜିର ସଦସ୍ୟାମାନେ ମାସ୍କ ତିଆରି କାମରେ ନିୟୋଜିତ ଅଛନ୍ତି। ଝୁପୁଡିପଡା ସରସ୍ବତୀ ଏସ୍‌ଏଚ୍‌ଜିର ସଭାନେତ୍ରୀ କୃଷ୍ଣପ୍ରିୟା ନାଗ କୁହନ୍ତି, ଆମ ଗ୍ରୁପ୍‌ର ୧୦ମହିଳା ମିଶି ୪ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲୁଣି। ତେବେ ଲକ୍‌ଡାଉନ ଘୋଷଣା ଯୋଗୁଁ ଦୋକାନ ବନ୍ଦ ରହିଛି। ସୂତା କପଡା ମିଳୁ ନ ଥିବାରୁ ବୁଧବାର ମାସ୍କ ତିଆରିରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ଏ ଦିଗରେ ସହଯୋଗ କଲେ ଆମେ ଜିଲାବାସୀଙ୍କୁ ଅଧିକ ମାସ୍କ ଯୋଗାଇ ପାରନ୍ତୁ ।


All Right Reserved By Dharitri.Com

ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଦେଉଳସାହି

କଟକ ଅଫିସ, ୨୭।୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ବାଉନ ବଦଳରେ ଶହେ ବଜାର, ହଜାରେ ଗଳି ସୃଷ୍ଟି ହେଲାଣି...

ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା...

ଭାନୁ ପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ; ବାରିକ ଚ୍ୟାଲେଞ୍ଜର୍ସ ଉଦ୍ୟାନ ବନ୍ଧ ଚାମ୍ପିୟନ

କୋମନା,୧୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ମିନି ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଭାନୁପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଉଦ୍ୟାନବନ୍ଧ...

ମା’ର ମୃତଦେହକୁ କାନ୍ଧଦେଲେନି ପୁଅ: ପୋଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

ଛେଣ୍ଡିପଦା,୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ...

ସାପ କାମୁଡ଼ାରେ ମହିଳା ମୃତ

ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ...

ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ଭାପୁର,୧୮ା୧୦(ଡି.ଏନ୍‌.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି...

ଏନ୍‌କାଉଣ୍ଟରରେ ୭ ମାଓବାଦୀ ନିହତ

ମାଲକାନଗିରି,୨୮ା୭ (ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡରେ ଶନିବାର ପୋଲିସ ଏନ୍‌କାଉଣ୍ଟରରେ ୭ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ଜିଲା ପିରିୟମକୋଟ ଜଙ୍ଗଲରେ ମାଓବାଦୀଙ୍କ ବୈଠକ ଚାଲିଥିବା ଏବଂ...

ଚନ୍ଦ୍ରଭାଗା ସମୁଦ୍ରକୂଳ ପର୍ଯ୍ୟଟକ ମୁକ୍ତ

କୋଣାର୍କ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପର୍ଯ୍ୟଟକ ମୁକ୍ତ କରାଯାଇଛି। ସକାଳେ ଗୋପ ତହସିଲଦାର ଓ କୋଣାର୍କ ଥାନାଧିକାରୀ ମିଳିତ...

Leave a comment

Your email address will not be published. Required fields are marked *