ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ ପରିବର୍ତ୍ତନ ଆଣିଛନ୍ତି। ଲକ୍‌ଡାଉନ ସମୟ ମଧ୍ୟରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଠା ପରିବା ଦୋକାନୀମାନେ ନେହେରୁ ଷ୍ଟାଡିୟମ ଠାରେ ପରିବା ବିକ୍ରୟ କରିପାରିବେ। ସହର ମଧ୍ୟରେ ଅନ୍ୟ କୌଣସି ସ୍ଥାନରେ ଉଠା ଦୋକାନୀ ପରିବା ବିକ୍ରୟ କରିପାରିବେ ନାହିଁ। ଛୋଟ ଗ୍ରସେରି ଦୋକାନ ସହିତ ବଡ଼ ୫ଟି ଗ୍ରସେରି ଦୋକାନ ଯଥା ରିଲାଏନ୍ସ ସ୍ମାର୍ଟ, ବିଶାଲ ମେଗା ମାର୍ଟ, ରବି ଲାହା ଷ୍ଟୋର, ବାସନ୍ତୀ ଭଣ୍ଡାର ଓ ଶ୍ରୀ ସ୍ନାକ୍ସ ସହିତ ମାଛ, କୁକୁଡା ମାଂସ, ଅଣ୍ଡା ଦୋକାନ ସକାଳ ୬ରୁ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ। ମେଡିସିନ, ଫଳ ଓ କ୍ଷୀର ଦୋକାନ ଉପରେ ଅନ୍ୟ କୌଣସି କଟକଣା ଜାରି କରାଯାଇନାହିଁ। ପ୍ରଶାସନ ପକ୍ଷରୁ ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ଡାକବାଜି ଯନ୍ତ୍ର ଯୋଗେ ବୁଧବାର ସନ୍ଧ୍ୟାରେ ସହରରେ ପ୍ରଚାର କରାଯାଇଛି।


All Right Reserved By Dharitri.Com

ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍‌ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ

ଉମରକୋଟ,୧୦ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା...

ବିଦ୍ୟୁତୀକରଣ ଯୋଜନା ପ୍ରହସନ: ଖୁଣ୍ଟ ପୋତାରେ ଅଟକିଛି ସଂଯୋଗ

ବଅଁରପାଳ, ୨୫।୮ (ଡି.ଏନ୍‌.ଏ) – ଗରିବ ଲୋକଙ୍କୁ ରିହାତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜୀବ ଗାନ୍ଧୀ ଗ୍ରାମ୍ୟ...

ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍‌, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି...

ଗାଡ଼ି ସ୍ପିଡରେ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାରୁ ବିଭିନ୍ନ ଗାଡ଼ିର ସ୍ପିଡ୍‌ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।...

ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯୋଡ଼ା,୨୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚମକପୁର ପଞ୍ଚାୟତରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର...

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳକ

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡ଼ାଙ୍କ ନାବାଳକ ପୁଅ ଚିତ୍ତରଞ୍ଜନ ଗୁରୁବାର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ...

ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଜରିମାନା ଚାଲାଣ

ବ୍ରହ୍ମପୁର ଅଫିସ ,୨ା୩: ବ୍ରହ୍ମପୁର ସହରରେ ରବିବାରରୁ ଯାନବାହନ ଯାଞ୍ଚ କଡାକଡି କରାଯାଇଛି। ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା।...

ଶିମିଳିପାଳରୁ ୨ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ ଅଞ୍ଚଳରେ ଶନିବାର ରାତିରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଶିକାର...

Leave a comment

Your email address will not be published. Required fields are marked *