ଫସି ରହିଛନ୍ତି ୫ ଲକ୍ଷ ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ,୨୬। ୩: କୋଭିଡ ଲକ୍‌ଡାଉନ ପାଇଁ କଟକଣା ଜୋରଦାର ହୋଇଛି। ଆନ୍ତଃରାଜ୍ୟ ପରିବହନରେ ରହିଥିବା ଟ୍ରକଗୁଡିକ ଏଥି ଲାଗି ବିଭିନ୍ନ ରାଜ୍ୟ ତଥା ସୀମାଗୁଡିକରେ ଏବେ ହଜାର ହଜାର ସଂଖ୍ୟାରେ ଛିଡା ହୋଇ ରହିଛନ୍ତି। ଲକ୍‌ଡାଉନ ଲାଗି ସେମାନଙ୍କୁ ଆଗକୁ ଯିବା ଲାଗି ଅନୁମତି ମିଳୁନାହିଁ। ଇଣ୍ଡିଆନ ଫାଉଣ୍ଡେଶନ ଅଫ୍‌ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଆଇଏଫ୍‌ଟିଆର୍‌ଟି) ଆକଳନ ମୁତାବକ ଏବେ ଏହି ଭଳି ଭାବେ ସାରା ଦେଶରେ ୫ ଲକ୍ଷ ଟ୍ରକ ଡ୍ରାଇଭର ଏବଂ ହେଲପର ଫସି ରହିଛନ୍ତି। ଫଳରେ ସେମାନଙ୍କ ଖାଦ୍ୟ ପାନୀୟ କ୍ଷେତ୍ରରେ ବିଭିନ୍ନ ଅସୁବିଧା ଉପୁଜିଥିବା ଜଣାପଡିଛି। ରାଜ୍ୟର ସୀମା ଏବଂ ଚେକ୍‌ ପୋଷ୍ଟଗୁଡିକୁ ବନ୍ଦ କରାଯିବା ଫଳରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଅତି ଆବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକଗୁଡିକ ମଧ୍ୟ ଫସି ରହିଛି। ଫଳରେ ଏହା ସମସ୍ୟା ସୃଷ୍ଟି କରୁଛି ବୋଲି ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଘରୋଇ ସହାୟକ, ଡ୍ରାଇଭରଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୮-୮: ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ,...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

ଗ୍ରୁପ୍‌ କମ୍ପାନୀରେ ନିବେଶ: ଇପିଏଫଓ ଫଣ୍ଡ ମ୍ୟାନେଜରଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୯।୬: ଗ୍ରୁପ୍‌ କମ୍ପାନୀରେ ନିବେଶ ନେଇ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ ଅଗାନାଇଜେଶନ(ଇପିଏଫ୍‌ଓ) ନିଜର ଆସେଟ ମ୍ୟାନେଜରଙ୍କ ଉପରେ କଟକଣା ଜାରି କରିଛି। ନିକଟ ଅତୀତରେ କେତେକ...

ନୂଆ ଓଏଲ୍‌ଇଡି ଉନ୍ମୋଚିତ

ଭୁବନେଶ୍ୱର,୨୧-୯: ପାନାସୋନିକ ପକ୍ଷରୁ ସ୍ଥାନୀୟ ବାପୁଜୀ ନଜରସ୍ଥିତ ପାତ୍ର ଇଲେକଟ୍ରୋନିକ୍ସ ଶୋ’ରୁମଠାରେ ନୂଆ ଓଏଲ୍‌ଇଡ଼ିକୁ ବଜାର ପ୍ରବେଶ କରାଯାଇଛି। ଏହି ଅବସରରେ ପାନାସୋନିକର ଆସୋସିଏଟ ଡାଇରେକ୍ଟର...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ...

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

କିଙ୍ଗଫିଶର ଦଶା ଭୋଗିପାରେ ଜେଟ୍‌; ଉଡାଣ ସାମୟିକ ବନ୍ଦ ଲାଗି ମ୍ୟାନେଜମେଣ୍ଟର ପ୍ରସ୍ତାବ

ନୂଆଦିଲ୍ଲୀ,୧୭-୪: କିଙ୍ଗଫିଶର ଏୟାରଲାଇନ୍ସ ଭଳି ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଯାହା ଜଣାପଡୁଛି ବିଜୟ ମାଲ୍ୟାଙ୍କ କମ୍ପାନୀ ଭଳି ନରେଶ ଗୋୟଲଙ୍କ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି;ଶାଖାଠୁ ପରାମର୍ଶ ନେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୭ -୮: ଦେଶର ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି କିପ୍ରକାର ପଦକ୍ଷେପ ନେବାକୁ ହେବ ସେଥିଲାଗି ରାଷ୍ଟ୍ରାୟତ୍ତ...

Leave a comment

Your email address will not be published. Required fields are marked *