୧୮୬୧ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ,୨୬। ୩: ଭାରତୀୟ ପୁଞ୍ଜି ବଜାରର ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବୁଧବାର ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ସେନ୍‌ସେକ୍ସ ସର୍ବାଧିକ ଦୈନିକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। ବିଶ୍ୱ ଶେୟାର ବଜାରରେ କିଛିଟା ଉନ୍ନତି ଏବଂ ସରକାରଙ୍କ ସହାୟତା ପ୍ୟାକେଜ ଆଶାରେ ଶେୟାର ବଜାରରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୮୬୧.୭୫ ପଏଣ୍ଟ (୬.୯୮%) ବୃଦ୍ଧି ଘଟିବା ସହ ୨୮,୫୩୫.୭୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ସୂଚକାଙ୍କ ୫୧୬.୮୦ ପଏଣ୍ଟ ବା ୬.୬୨% ବଢିବା ଯୋଗୁ ଏହା ୮୩୧୭.୮୫ ସ୍ତରରେ କାରବାର ବନ୍ଦ ହୋଇଛି। ଆମେରିକା ଅର୍ଥ ବ୍ୟବସ୍ଥାକୁ ୨ ଲକ୍ଷ କୋଟି ଡଲାର ସହାୟତା ପ୍ୟାକେଜ ପ୍ରଦାନ କରିବା ନେଇ ସେଠାକାର ସିନେଟ ଏବଂ ହ୍ବାଇଟ ହାଉସ ମଞ୍ଜୁରୀ ପ୍ରଦାନ କରିଛି। କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ବଜାରର ନିବେଶକମାନେ ଆଶାବାଦୀ ରହିଛନ୍ତି। ଏହି ସମୟରେ ସାଂଘାଇ, ହଂକଂ, ଟୋକିଓ ଏବଂ ସିଓଲର ଶେୟାର ବଜାରରେ କାରବାର ପ୍ରାୟ ୮% ବଢିଛି। ସେହିଭଳି ୟୁରୋପର ଶେୟାର କାରବାର ଏହି ସମୟରେ ୪% ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ବ୍ରେଣ୍ଟ ଫିଚର ୦.୦୦୭ ବୃଦ୍ଧି ଘଟି ବ୍ୟାରେଲ ପିଛା ୨୭.୧୭ ଡଲାର ରହିଛି।


All Right Reserved By Dharitri.Com

ଜେଇଇ ଆଡଭାନ୍ସରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୧୬-୬(ବ୍ୟୁରୋ): ଶୁକ୍ରବାର ପ୍ରକାଶିତ ଜେଇଇ ଆଡଭାନ୍ସରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ...

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ: ୬ରେ ସୁଧହାର ଘୋଷଣା

ମୁମ୍ବାଇ,୪-୬: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଠାରୁ ୩ ଦିନିଆ ଦ୍ୱିମାସିକ ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଆରମ୍ଭ ହୋଇଛି। ଆସନ୍ତା ୬ରେ...

ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ...

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।...

ଶିଳ୍ପ ଜଗତକୁ ମୋଦିଙ୍କ ଆଶ୍ୱାସନା;ମାନ୍ଦାବସ୍ଥାରୁ ବାହରିବା ଲାଗି ଭାରତ ସକ୍ଷମ

ନୂଆଦିଲ୍ଲୀ,୨୧-୧୨: ବର୍ତ୍ତମାନର ମାନ୍ଦାବସ୍ଥାରୁ ବାହାରିବା ଲାଗି ଭାରତ ନିକଟରରେ କ୍ଷମତା ରହିଛି। ଘରୋଇ ବଜାର ଦ୍ରୁତ ଅଭିବୃଦ୍ଧି ଧାରାକୁ ଫେରିବା ଲାଗି ସକ୍ଷମ ହେବ। କର୍ପୋରେଟ...

୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା...

ଦୁଆରେ ପେଟ୍ରୋଲ ପହଞ୍ଚାଇବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ; ଡିଜେଲ ଯୋଗାଣ ଆଉ ୨୦ ସହରକୁ ବ୍ୟାପିବ

ନୂଆଦିଲ୍ଲୀ,୧୮ -୮: ଦେଶର ୩୫ ସହରରେ ଘର ଦୁଆରେ ଡିଜେଲ ଯୋଗାଣରେ ସଫଳତା ହାସଲ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପେଟ୍ରୋଲ ଯୋଗାଇବାକୁ...

Leave a comment

Your email address will not be published. Required fields are marked *